September 29, 2024

ଓଡିଶା ଆନ୍ଧ୍ର ସୀମାନ୍ତ କେରଡା ଠାରେ କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ଏକ ବିରାଟ ଜନସାମାବେଶ

Share

 

ରାୟଗଡ:-ଆଗାମୀ ସାଧାରଣ ନିର୍ବାଚନ ପାଇଁ କର୍ମୀଙ୍କୁଏକ ସୈନିକ ହେବା ପାଇଁ ଆହ୍ୱାନ ଦେଇଛନ୍ତି l ରାୟଗଡ ବିଜୁ ଜନତା ଦଳର ବରିଷ୍ଠ ସଂଗଠକ ୟାଲା କୋଣ୍ଡା ବାବୁ ଗତ କାଲି ଓଡିଶା ଆନ୍ଧ୍ର ସୀମାନ୍ତ ରାୟଗଡ ବ୍ଲକକେରଡା ଠାରେ ଆୟୋଜିତ ଏକଜଣସମାବେଶ ଓ କର୍ମୀ ସମ୍ମିଳନୀ ରେ ବରିଷ୍ଠ ବିଜେଡି ସଂଗଠକ ୟାଲା କୋଣ୍ଡା ବାବୁଙ୍କ ପ୍ରତିନିଧିତ୍ୱ କରି
କର୍ମୀ ମାନଙ୍କୁ ସୈନିକ ଭଳି ନିଜକୁ ଗଢି ରାୟଗଡ ନିର୍ବାଚନ ମଣ୍ଡଳୀର ପ୍ରତ୍ୟକ ଭୋଟରଙ୍କ ନିକଟରେ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ପାଇ ଉପକୃତ ହୋଇଛନ୍ତି ତାକୁ ନେଇ ଲୋକଙ୍କ ନିକଟରେ ପହଂଚି ବୁଝାଇବା ସହ ଆଗାମୀ ୧୩ ତାରିଖରେ ହେବାକୁ ଥିବା ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ପରିମାଣର ଭୋଟ ବ୍ୟବଧାନରେ ବିଜୟୀ କରାଇବା ପାଇଁ ସେ ସଂକଳ୍ପ କରାଇଥିଲେ। ଆଜିର ଏହି ବୈଠକରେ ରାୟଗଡ ପୌରପରିସଦର ୨୪ ଟି ୱାର୍ଡ ଏବଂ ୨୮ ପଂଚାୟତର 3ହଜାରରୁ ଅଧିକ ସଂଖ୍ୟାରେ ପୁରୁଷ,ମହିଳା କର୍ମୀ ଯୋଗ ଦେଇଥିଲେ। ଆଗାମୀ ୧୩ ତାରିଖରେ ହେବାକୁ ଥିବା ନିର୍ବାଚନରେ ଗୋଟିଏ ଶଙ୍ଖରେ ବିଧାୟକ ପାର୍ଥିନି ଅନୁସୟା ମାଝିଙ୍କୁ ଏବଂ ଅନ୍ୟ ଏକ ଭୋଟ ଶଙ୍ଖରେ ଭୋଟ କୋରାପୁଟ ଲୋକ ସଭା ପାର୍ଥିନି କୌଶଲ୍ୟା ହକକାଙ୍କୁ ମୋଟ ଯୋଡି ଶଙ୍ଖକୁ ଭୋଟ ଦେଇ ନବୀନ ସରକାରଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ସାମୁହିକ ସଂକଳ୍ପ କରିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ବିଜେଡ଼ି ର ସ୍ଥିତି ଠିକ୍ ଥିବା ବେଳେ ତୃଣମୂଳ ସ୍ତରରେ କର୍ମୀଙ୍କ ଏକାଗ୍ରତା କାର୍ଯ୍ୟ ରାୟଗଡ ବିଧାନ ସଭା ଆସନରେ ଶ୍ରୀମତୀ ମାଝି ଏବଂ କୋରାପୁଟ ଲୋକସଭା ଆସନରେ ଶ୍ରୀମତୀ ହିକକାଙ୍କୁ ବିପୁଳ ଭାବରେ ବିଜୟ କରି ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ସମ୍ଭାଳି ଥିବା ନବୀନ ପଟ୍ଟନାୟକ ହାତ ମୁଠାକୁ ଶକ୍ତ କରି ଷଷ୍ଠ ଥର ପାଇଁ ପୁଣି ରାଜ୍ୟ ବାସୀଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରି କରାଯିବ ତାହା ଆମ ଏକ ମାତ୍ର ଲକ୍ଷ ବୋଲି ମତବ୍ୟକ୍ତ କରିଛନ୍ତି।:ଆଜିର ଇ କାର୍ଯ୍ୟବରେ କୁମ୍ଭୀକଟା ପଂଚାୟତ 100 ରୁ ଉର୍ଦ୍ଧ ବ୍ୟକ୍ତି ବିଜେଡି ରେ ସାମିଲ ହୋଇଥିଲେ l ସେମାନଙ୍କୁ କୋଣ୍ଡା ବାବୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ l
ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ଼ା ବ୍ଲକର ନୂଆ ଓ ଓଡିଶାର ଜିଲ୍ଲା ଅଧ୍ୟକ୍ଷ ପି ଗୌରୀ ବାବୁ, କାଶୀ ନାଇଡୁ, ଚକ୍ର ବିଡିକା,ବୈରାଗୀ ହଲୁଆ ସରପଞ୍ଚ ଶ୍ରିନୁ, ବୈରାଗୀ ହଲୁଆ ପୂର୍ବତନ ସରପଞ୍ଚ ମୋହନ ବିଡିକା,ପୂର୍ବତନ କେରେଡ଼ା ସରପଂଚ ,ମିନାରଓ ହିମିରିକା , କେରେଡ଼ା ସରପଂଚ , ଗୁମ୍ମା ସରପଂଚ,କ୍ରିଶ୍ନମ୍ମା , କେରେଡ଼ାର ବରିଷ୍ଟ ନେତା ଜି କୋଟେଶ୍ୱର ରାଓ,ମାଝୀ ଦେବୀ,ଜି ସୋମେଶ୍ବର ରାଓ, କେରେଡ଼ାର ପୂର୍ବତନ ସମିତି ସଦସ୍ୟ ରମେଶ ବାବୁ, ରାୟଗଡାର ବରିଷ୍ଟ ଆଇନଜୀବି ବିରଜା ପାତ୍ର ,ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ବିନାୟକ ପଲେଇ, ଜିଲ୍ଲା ଉପସଭାପତି ସତ୍ୟ ନାରାୟଣ ପାଢ଼ୀ, ଯୁବ ବିଜେଡିର ଜିଲ୍ଲା ସଂପାଧକ କେ ଶ୍ରୀନିବାସ ,ଟିଟୁ ରଥ,ବୁଲା ପାଢ଼ୀ,ଅଶୋକ ପଣ୍ଡା,ପାପୁନି ନନ୍ଦ,କାଳିଆ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
(ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ)