September 29, 2024

ଗଞ୍ଜାମ ସଡ଼କ ଦୁର୍ଘଟଣାରେ ଦୁଇ ମୃତ…

Share

 

 

 

ଗଞ୍ଜାମ ଥାନା ଅଧୀନ ଗଞ୍ଜାମ ସହର 16 ନମ୍ବର ଜାତୀୟ ରାଜପଥ ଜୟଶ୍ରୀ ଶନିମନ୍ଦିର ଛକ ଡେଡ ଜୋନ ଭାବେ ପରିଚୟ ପାଇଛି ବାରମ୍ବାର ବାରମ୍ବାର ସେଠାରେ ଦୁର୍ଘଟଣା ରେ ବହୁ ଲୋକଙ୍କ ମୃତ୍ୟୁ ଘଟିଲାଣି ତ କେତକ ଖଣ୍ଡିଆ ହୋଇ ମେଡିକାଲ ଗଲେଣି ଆଜି ଠିକ ସେହି ସ୍ଥାନ ରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି l ଉକ୍ତ ସଡ଼କ ଦୃଘଟଣାରେ ଏକ ସ୍କୁଟି କୁ ଆରଜେ02ଜି -ବି 6495ନମ୍ବର ବିଶିଷ୍ଟ ଏକ ଟ୍ରକ ଧକ୍କା ଦେଇଥିଲା l ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକ ଦ୍ବୟ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ତେଲୁଗୁ ନୂଆଗାଁ ଗ୍ରାମର ଶରତ ଦାସ ଓ ମିଥୁନ ଦାସ l ଘଟଣାର ଖବର ପାଇଁ ଗଞ୍ଜାମ ଥାନା ପୋଲିସ ମୃତ ଦ୍ବୟ ଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଦୃଘଟଣା ଘଟେଇ ଥିବା ଟ୍ରକ କୁ ପୁଲିସ ଜବତ କରି ତଦନ୍ତ ଚଳାଇଛି | ସଡ଼କ ଦୁର୍ଘଟଣା କିପରି ରୋକାଯିବ କତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାପାଇଁ ସହର ବସି ଅନୁରୋଧ କରିଛନ୍ତି l(ପ୍ରଦୀପ କୁମାର ପଣ୍ଡା)