April 8, 2025

ବାଲେଶ୍ୱର ଗସ୍ତ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Share

 

ବାଲେଶ୍ବର ( ଦେବାଶିଷ ଦାଶ )

ଯୋଗ ଦେଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ର ପୂର୍ବ ଓ ପଶ୍ଚିମ ପ୍ରାନ୍ତ ପ୍ରଚାର ପ୍ରମୁଖ ସୃଷ୍ଟିଧର ବିଶ୍ୱାଳ ଙ୍କ ମାତା ଧର୍ମ ପରାୟଣ ଦିବଂଗତ ପଦ୍ମାବତୀ ଙ୍କ ଦ୍ୱାଦଶ କର୍ମ ରେ।

ଆଜି ବାଲେଶ୍ୱର ଗସ୍ତ ରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ଅଧୀନ କସବା ଜୟପୁର ପଞ୍ଚାୟତ ଜିରିତାଳ ଗ୍ରାମ ର ସ୍ବର୍ଗତ ପଦ୍ମାବତୀ ବିଶ୍ୱାଳ ଙ୍କ ଦ୍ୱାଦଶ କର୍ମ ରେ ଯୋଗ ଦେଇଥିଲେ । ଅଞ୍ଚଳବାସୀ ଙ୍କ ତରଫ ରୁ ମୁଖ୍ୟମନ୍ତ୍ରୀ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ସମୟ ରେ ସହର ବିକାଶ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର,ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ରାଜ୍ୟ ସରକାର ଙ୍କ ମୁଖ୍ୟ ଉପସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ଆରକ୍ଷୀ ଅଧିକ୍ଷକ ଙ୍କ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ। ସ୍ବର୍ଗତ ଶ୍ରୀମତୀ ବିଶ୍ୱାଳ ଙ୍କ ଦ୍ୱାଦଶ କର୍ମ ରେ ଯୋଗ ଦେଇ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହ ଧର୍ମ ପରାୟଣ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ଦେଖିବାକୁ ମିଳିଛି ।