April 23, 2025

ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳନ..

Share

ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳନ |ପ୍ରବାଦ ପୁରୁଷ, ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜନ୍ମଜୟନ୍ତୀ କୁଜଙ୍ଗ ଠାରେ ଧୁମଧାମ ରେ ପାଳନ କରାଯାଇଛି l ବରିଷ୍ଠ ବିଜେଡ଼ି ନେତା ରଘୁନାଥ ସାହୁ ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକ, କୁଜଙ୍ଗ ବ୍ଲକ ଅଧକ୍ଷା ନିନାରାଣୀ ସାହୁ, ସବିତା ମହାପାତ୍ର , ସୁଢ଼ଳ ସ୍ଵାଇଁ,ପୀତାମ୍ବର ତରାଇ , କାର୍ତ୍ତିକ ଚନ୍ଦ୍ର ଦାସ, ପ୍ରକାଶ ବେହେରା, ଅରୁ ପ୍ରସାଦ ମହାନ୍ତି ପ୍ରମୁଖ ବିଜେଡି ର ଦଳୀୟ ନେତୃବୃନ୍ଦ ଙ୍କ ଶତାଧିକ ବିଜୁ ପ୍ରେମୀ ଉପସ୍ଥିତ ରହିଥିଲେ l ପାରାଦୀପ ବନ୍ଦର ନିର୍ମାଣ ର ସ୍ରଷ୍ଠା ଥିଲେ ବିଜୁ ପଟ୍ଟନାୟକ l ସେ ଦିନ ବିଜୁ ପଟ୍ଟନାୟକ କରିଥିବା ପରିକଳ୍ପନା ଆଜି ସଫଳ ହୋଇଛି, ପାରାଦୀପ ବନ୍ଦର ଭାରତବର୍ଷରେ ରହିଥିବା ବୃହତ ବନ୍ଦର ମାନଙ୍କ ମଧ୍ୟରେ ୧ ନମ୍ବର ବନ୍ଦର ମାନ୍ୟତା ଲାଭ କରିଛି l ବିଜୁ ବାବୁଙ୍କ ମାଟିରେ ପରିଣତ ହୋଇଛି ପାରାଦୀପ l ଆଜି ବିଜୁ ପଟ୍ଟନାୟକ ଙ୍କ 109 ତମ ଜନ୍ମଜୟନ୍ତୀ ଅବସରରେ ସହ ସହ ବିଜୁ ପ୍ରେମୀ କୁଜଙ୍ଗ ଠାରେ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)

You may have missed