ପୌର ନିର୍ବାଚନ ପାଇଁ ପାଗ ଭିଡ଼ିଲାଣି ବିଜେପି; ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକପ୍ରିୟତା ମାପିବ ଶାସକ ଦଳ..

ସାଧାରଣ ନିର୍ବାଚନକୁ ବର୍ଷେ ପୁରିନଥିବା ବେଳେ ନିଜ ଦଳର ଲୋକପ୍ରିୟତା ପରଖିବାକୁ ପୌର ପରୀକ୍ଷା ଦେବାକୁ ଅଣ୍ଟା ଭିଡ଼ିଛି ଶାସକ ବିଜେପି । ବର୍ଷ ବର୍ଷ ଧରି ପୌର ନିର୍ବାଚନରୁ ବଞ୍ଚିତ ଥିବା ରାଉରକେଲା, ପୁରୀ ଓ ସମ୍ବଲପୁରରେ ବାଜିବ ନିର୍ବାଚନୀ ବିଗୁଲ ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣିଥରେ ମୈଦାନରେ ମୁହାଁମୁହିଁ ହେବେ ବିଜେପି-ବିଜେଡି-କଂଗ୍ରେସ । ପୁରୀ, ରାଉରକେଲା ଓ ସମ୍ବଲପୁରରେ ପୌର ନିର୍ବାଚନ ପାଇଁ ସରକାର ସଂକେତ ଦେଇଥିବା ବେଳେ ଭିତିରିଆ ସର୍ଭେ ସାରିଛି ବିଜେପି ।
ସାଧାରଣ ନିର୍ବାଚନକୁ ବର୍ଷେ ପୁରିନଥିବା ବେଳେ ନିଜ ଦଳର ଲୋକପ୍ରିୟତା ପରଖିବାକୁ ପୌର ପରୀକ୍ଷା ଦେବାକୁ ଅଣ୍ଟା ଭିଡ଼ିଛି ଶାସକ ବିଜେପି । ବର୍ଷ ବର୍ଷ ଧରି ପୌର ନିର୍ବାଚନରୁ ବଞ୍ଚିତ ଥିବା ରାଉରକେଲା, ପୁରୀ ଓ ସମ୍ବଲପୁରରେ ବାଜିବ ନିର୍ବାଚନୀ ବିଗୁଲ । ଏଥିପାଇଁ ହାଇକୋର୍ଟରେ ଚାଲିଥିବା ଆଇନଗତ ଲଢେଇ ଶେଷ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି ।
ହାଇକୋର୍ଟଙ୍କ ରାୟ ଆସିବା ପୂର୍ବରୁ ବିଜେପି ଅତି ଗୋପନୀୟ ଭାବେ ଏହି ୩ ସ୍ଥାନରେ ଭିତିରି ସର୍ଭେ ସାରିଥିବା କୁହାଯାଉଛି । ପୌର ନିର୍ବାଚନ ଆଳରେ ପଞ୍ଚାୟତ ନିର୍ବାଚନ ପାଇଁ ଦଳ କେତେ ପ୍ରସ୍ତୁତ ତାହା ଜାଣିବାକୁ ଚାହୁଛନ୍ତି ବିଜେପିର ଷ୍ଟ୍ରାଟେଜି ମେକର ।
ଗତ ୨୦୨୨ରେ ପଞ୍ଚାୟତ ନିର୍ବାଚନ ପରେ ପରେ ସାରା ଓଡ଼ିଶାରେ ପୌର ନିର୍ବାଚନ ହୋଇଥିଲା । କିନ୍ତୁ ଆଇନଗତ ଲଢେଇରେ ଛନ୍ଦି ହୋଇଥିବାରୁ ରାଉରକେଲା, ପୁରୀ ଓ ସମ୍ବଲପୁରରେ ହୋଇପାରିନଥିଲା ନିର୍ବାଚନ ।
ରାଉରକେଲା ଓ ସମ୍ବଲପୁର :
୨୦୦୮ରେ ଶେଷଥର ପାଇଁ ହୋଇଥିଲା ନିର୍ବାଚନ
୨୦୧୩ରେ ଉଭୟ ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଥିଲା
କିଛି ନୂଆ ଅଞ୍ଚଳକୁ ମହାନଗର ନିଗମରେ ସାମିଲ କରିବାକୁ ନେଇ ହାଇକୋର୍ଟରେ ପହଞ୍ଚିଥିଲା ମାମଲା
କୋର୍ଟରେ ମାମଲା ଥିବାରୁ ନିର୍ବାଚନ ସମୟ ଟାଳୁଥିଲେ ପୂର୍ବ ସରକାର
ପୁରୀ :
ଶେଷଥର ପାଇଁ ୨୦୧୩ରେ ହୋଇଥିଲା ପୌର ନିର୍ବାଚନ
୨୦୧୮ରେ ପୁରୀ ପୌରପାଳିକାର ସରିଛି କାର୍ୟ୍ୟକାଳ
ୱାର୍ଡ ସମ୍ପ୍ରସାରଣ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଅଟକିଛି ନିର୍ବାଚନ
ଆଇନ ଓ ଅଦାଲତର ଦ୍ବାହି ଦେଇ ପୂର୍ବ ସରକାର ନିର୍ବାଚନ କରୁନଥିଲେ ଓ ବର୍ଷ ବର୍ଷ ଧରି ଜନପ୍ରତିନିଧିଙ୍କ ବିନା ଦହଗଞ୍ଜ ହେଉଥିଲେ ସହରବାସୀ।
ପୌର ନିର୍ବାଚନ ହେଉନଥିବାରୁ ୩ ସହରରେ ବିକାଶ କାମ ଠପ୍ ପଡିଛି । ତେଣୁ ନୂଆ ସରକାର କେବେ ପୌର ନିର୍ବାଚନ କରିବେ ସେ ପ୍ରତୀକ୍ଷାରେ ସହରବାସୀ ।