May 10, 2026

ବାଇକ୍ ଦୁର୍ଘଟଣାରେ ଚାଳକ ଆହତ

IMG-20250206-WA0057
Share

ବୁଗୁଡ଼ା : ତା ୦୬/୦୨/୨୫ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପଙ୍କଳସାହି ଗାଁ ନିକଟସ୍ଥ କେନାଲ ରାସ୍ତାରେ ବାଇକ୍ ଦୁର୍ଘଟଣାରେ ଚାଳକ ଜଣକ ଆହତ ହୋଇ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ଆହତ ଜଣକ ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଧଡାପଲ୍ଲୀ ଗ୍ରାମର ବାସୁଦେବ ପାତ୍ର (୫୦)। ପ୍ରକାଶ ଯେ, ଆଜି ସନ୍ଧ୍ୟାରେ ବାସୁଦେବ ଶଶୁର ଘର ତାକରଡା ଗ୍ରାମରୁ ସ୍ତ୍ରୀଙ୍କୁ ବାଇକରେ ବସାଇ ନିଜ ଗାଁକୁ ଫେରୁଥିଲେ। ତେବେ ଗାଁକୁ ପାଖ ବାଟ ହେବ ବୋଲି ସେ ପଙ୍କଳସାହି ନିକଟସ୍ଥ କେନାଲ ରାସ୍ତାରେ ଆସୁଥିବା ବେଳେ ରାସ୍ତା କାମ ଚାଲୁଥିବା ସ୍ଥାନରେ ଟିକେ ହଡବଡେଇ ଯାଇଥିଲେ ଏବଂ ଗାଡିରୁ ସ୍ତ୍ରୀ ଡେଇଁ ପଡିବା ପରେ ସେ ଭାରସାମ୍ଯ ହରାଇ ରାସ୍ତାକଡ ଖାଲ ଭିତରକୁ ଗାଡି ସହ ଖସି ପଡିଥିଲେ। ଆହତ ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା। ତାଙ୍କର ଅଣ୍ଟାରେ ଆଘାତ ଲାଗିଥିଲା ଯୋଗୁଁ ଚିକିତ୍ସା ଚାଲିଥିବା ଜଣାଯାଇଛି।