February 22, 2025

ପୁରୀରେ ମହାଡ଼ମ୍ବରରେ ପାଳନ କରାଯାଉଛି ସରସ୍ବତୀ ପୂଜା ..

Share

ପୁରୀ ରେଲୱେ ଷ୍ଟେସନ ପୂଜା ମଣ୍ଡପ ଠାରେ ଓଁ ଶ୍ରୀ ଶ୍ରୀ ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ସଂଘ, ପୁରୀ ପକ୍ଷରୁ ସରସ୍ବତୀ ପୂଜା ବାର୍ଷିକ ଉର୍ତ୍ସବ ମହାଡ଼ମ୍ବରରେ ପାଳନ କରାଯାଇଛି l ଅନୁଷ୍ଠାନର ସଭାପତି ଅକ୍ଷୟ କୁମାର ପଟ୍ଟନାୟକଙ୍କ ଅଧକ୍ଷେତାରେ ଉପସଭାପତି ଉମାଶଙ୍କର ସାହୁ, ସମ୍ପାଦକ କାହ୍ନୁ ଚରଣ ଦଳାଇ, ସହସମ୍ପାଦକ ଶଶିକାନ୍ତ ରାଓ, କୋଷାଧକ୍ଷ ମଧୁସୂଦନ ପ୍ରଧାନଙ୍କ ସହିତ କମିଟି ସଦସ୍ୟ ଓ ଅନୁଷ୍ଠାନର ସଦସ୍ୟ ମାନଙ୍କ ସହଯୋଗରେ ପୁରୀ ରେଲୱେ ଷ୍ଟେସନ ପୂଜା ମଣ୍ଡପ ଠାରେ ମହାଡ଼ମ୍ବର ରେ ପାଳନ କରାଯାଇଛି l ଅନୁଷ୍ଠାନ ପକ୍ଷରୁ ଆସନ୍ତା କାଲି ରାଜ୍ୟର ବିଶିଷ୍ଟ ଅତିଥିମାନଙ୍କୁ ନେଇ ବାର୍ଷିକଉର୍ତ୍ସବ ପାଳନ କରାଯିବା ସହିତ ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀ କୁମାର ବାପି ଙ୍କ ଦ୍ୱାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି l ଏଥିସହିତ ବିଭିନ୍ନ ଦେବାଦେବୀମାନଙ୍କ ପୂଜା ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କରାଯାଉଛି ସେହିଭଳି ମା ସରସ୍ବତୀଙ୍କ ପୂଜା କେବଳ ବିଦ୍ୟାଳୟ, ମହାବିଦ୍ୟାଳୟ ଏପରିକି ବିଭିନ୍ନ ଶିକ୍ଷ୍ୟାନୁଷ୍ଠାନ ମାନଙ୍କରେ ସିମିତ ନରହି ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଗଲେ ବୁଦ୍ଧି ଓ ଜ୍ଞାନ ର ବିକାଶ ଘଟିବ ବୋଲି ଅନୁଷ୍ଠାନ ର ସଭାପତି ଅକ୍ଷୟ କୁମାର ପଟ୍ଟନାୟକ ପ୍ରକାଶ କରିଥିଲେ l ବିସର୍ଜନ ପାରମ୍ପରିକ ବାଦ୍ୟଯନ୍ତ୍ର ଘଣ୍ଟ ମୃଦଙ୍ଗ ର ତାଳେତାଳେ ବିସର୍ଜନ ପର୍ବ ପାଳନ କରାଯିବ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ