May 11, 2026

ଅସ୍ତରଙ୍ଗ ମଣ୍ଡଳ ବିଜେପି ସଭାପତି, ପ୍ରତିନିଧି ମନୋନୀତ

IMG-20250106-WA0029
Share

 

ଅସ୍ତରଙ୍ଗ-ରାଜ୍ୟ ରେ ବିଜେପି ସରକାର ଗଠନ ପରେ ଏବେ ତୃଣମୂଳ ସ୍ତରରେ ବିଜେପି ତାର ସଂଗଠନ ମଜବୁତ କରିବାକୁ କରିଛି ଦୃଢ଼ ପ୍ରୟାସ l ଅସ୍ତରଙ୍ଗ ଅଞ୍ଚଳ ରେ ବର୍ତ୍ତମାନ ବ୍ଲକ ସ୍ତର ବିଜେପି ସମର୍ଥନ ରେ ଚାଲୁଥିବାବେଳେ ଆହୁରି ବିଜେପି କୁ ସୁଦୃଢ କରିବା ପାଈଁ ପଞ୍ଚାୟତ ସ୍ତରରେ ସଂଗଠନ ମଜବୁତ ହେବାରେ ଲାଗିଛି, ଏହାକୁ ନେଇ ନିକଟ ଅତୀତ ରେ ବିଜେପି ର ମଣ୍ଡଳ ସ୍ତରୀୟ ସଭାପତି ଓ ପ୍ରତିନିଧି ମନୋନୀତ ହେବା ପାଈଁ ଅନେକ ତୃଣମୂଳ ସ୍ତରରେ ନେତୃବୃନ୍ଦ ମାନେ ପ୍ରୟାସ ଜାରି ରଖିଥିବାବେଳେ ଆଜି ରାଜ୍ୟ ଭାରତୀୟ ଜନତା ପାର୍ଟି ତରଫରୁ ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି ପଞ୍ଚାୟତ ଇନ୍ଦ୍ରମଣି ଜେନା ଙ୍କୁ ଅସ୍ତରଙ୍ଗ ମଣ୍ଡଳ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ନୂଆଗଡ ର ପ୍ରଭାକର ନାୟକ ଙ୍କୁ ମଣ୍ଡଳ ପ୍ରତିନିଧି ଭାବେ ମନୋନୀତ କରାଯାଇଛି, ଆବେଦନ କରିଥିବା ଅନେକ ପାର୍ଥି ଙ୍କ ଭିତରୁ ଏହି ୨ ଜଣଙ୍କ ପାର୍ଥିପତ୍ର କାୟମ ରହି ମଣ୍ଡଳ ସଭାପତି ଓ ପ୍ରତିନିଧି ଘୋଷଣା କରାଯାଇଛି ବୋଲି ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ଙ୍କ ତରଫରୁ ପୁରୀ ଜିଲ୍ଲା ବିଜେପି ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁ ଙ୍କୁ ସୂଚନା ପ୍ରଦାନ କରାଯାଇଛି l ଏହି ଘଟଣା ପରେ ଅସ୍ତରଙ୍ଗ ଅଞ୍ଚଳ ର ଯୁବ ବିଜେପି ନେତା ଶ୍ରୀଯୁକ୍ତ ଦିବାକର ଛାଟୋଇ ଓ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ଙ୍କୁ ବିଜେପି କର୍ମୀ ମାନେ ଶୁଭେଚ୍ଛା ଜଣାଇଛନ୍ତି l

ଦୁଃଶାସନ ନାୟକ,ଅସ୍ତରଙ୍ଗ