September 26, 2026

ଲୋକକଳାର ସୁରକ୍ଷା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ : ସାଂସଦ ଅନିତା ପ୍ରିୟଦର୍ଶିନୀ ନିଖିଳ ଉତ୍କଳ ଦାସକାଠିଆ କଳାକାର ସଂଘର 44 ତମ ବାର୍ଷିକ ମହୋତ୍ସବ ଉଦଯାପିତ

IMG-20250106-WA0008
Share

        ବ୍ରହ୍ମ୍ଠପୁର, 6/1 : ନିକଟସ୍ଥ ଭାବନ୍ଧ ଠାରେ ଥିବା ଶ୍ରୀ ପାଗଳବାବା ଆଶ୍ରମ ପରିସରରେ ଗତ 4, 5 ତାରିଖ (ଶନିବାର ଓ ରବିବାର) ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଥିବା ନିଖିଳ ଉତ୍କଳ ଦାସକାଠିଆ କଳାକାର ସଂଘର 44 ତମ ବାର୍ଷିକ ମହୋତ୍ସବର ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଆସିକା ସାଂସଦ ଅନିତା ପ୍ରିୟଦର୍ଶିନୀ ଯୋଗଦେଇ ଗଞ୍ଜାମର ଲୋକକଳାକୁ ସୁରକ୍ଷା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବା ସହିତ ଦାସକାଠିଆ ସଂଘ ଗୃହ ପାଇଁ 5 ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସଂଘର ସଭାପତି ବାଳକୃଷ୍ଣ ମିଶ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଦୁଇଦିନିଆ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପାଗଳ ବାବା ଆଶ୍ରମର ମୁଖ୍ୟ ଚକ୍ରଧର ସାହୁଙ୍କ ତତ୍ଵାବଧାନ ଓ ପୂର୍ଣ୍ଣ ସହଯୋଗରେ ସଫଳ ହୋଇଥିଲା। ପ୍ରଥମ ଦିବସରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପାଗଳ ବାବା ଆଶ୍ରମର ମୁଖ୍ୟ ଚକ୍ରଧର ସାହୁ ପ୍ରମୁଖ ଭାଷଣ ଦେଇ ଦାସକାଠିଆ ସଂଗଠନକୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଦ୍ଵିତୀୟ ଦିବସରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରବି ନାରାୟଣ ବେହେରା, ମୁଖ୍ୟବକ୍ତା ଭାବେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନର ଅଧ୍ୟକ୍ଷ ତଥା ନବୀନର ସମ୍ପାଦକ ରବି ରଥ, ଦକ୍ଷିଣାଞ୍ଚଳ ଲୋକ ସଂସ୍କୃତି ପରିଷଦର ସଭାପତି ଡ଼. ମିହିର ତ୍ରିପାଠୀ, ବରିଷ୍ଠ ଦାସକାଠିଆ କଳାକାର ତଥା ଉପେନ୍ଦ୍ରଭଞ୍ଜ ସମ୍ମାନ ବିଜେତା ଉପେନ୍ଦ୍ର ପାଣିଗ୍ରାହୀ, ସମାଜସେବୀ ଦୁର୍ଗା ମାଧବ ମହାନ୍ତି, ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ଦାଶ ପ୍ରମୁଖ ଉଦବୋଧନ ଦେଇଥିଲେ । ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ବହୁ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ଉପସଭାପତି ସୁରେନ୍ଦ୍ର ନାଥ ଦାଶ, ସମ୍ପାଦକ ଦେବେନ୍ଦ୍ର ନାଥ ଦାଶ, ଆଲୋକ ବିଷୋୟୀ, ପ୍ରଭାକର ମହାରଣା, କୁଞ୍ଜ ବିହାରୀ ଦାଶ, ଗୋବିନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ 50ଟି ଦାସକାଠିଆ ଦଳ ଭାଗ ନେଇଥିଲେ ।

ଦୁଇଦିନିଆ ଅଧିବେଶନରେ ସଂଘର ଗୃହ ପାଇଁ ସରକାରୀ ଜାଗା ଯୋଗାଣ, ଦୁଇ ହଜାର ରୁ 5 ହଜାର ଟଙ୍କା ଭତ୍ତା ବୃଦ୍ଧି, ଦାସକାଠିଆ କଳାକାରଙ୍କ ପାଇଁ କର୍ମଶାଳା, ଉଚିତ ସମ୍ମାନ ପ୍ରଦାନ, ନାଟକ ଏକାଡ଼େମୀରେ ଦାସକାଠିଆକୁ ସାମିଲ କରିବା, ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରଚାର କାର୍ଯ୍ୟରେ ଦାସକାଠିଆ ଦଳକୁ ସାମିଲ କରିବା, ଦାସକାଠିଆ କଳାକାରଙ୍କୁ ପଦ୍ମ ଉପାଧି ପ୍ରଦାନ, ସଂଘର ବାଷିକ ସମ୍ମଳିନୀ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ, ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଙ୍କିତ ପ୍ରାଚୀର ଛବିରେ ଦାସକାଠିଆକୁ ସ୍ଥାନ ଦେବା ପାଇଁ ଦାବି କରାଯାଇଥିଲା ।

 

(ଦୁର୍ଗା ପ୍ରସାଦ ଦାଶ)

ସାଧାରଣ ସମ୍ପାଦକ

You may have missed