ସଡକ ଦୁର୍ଘଟଣା ରେ ବାପା ଆଗରେ ଝିଅ ର ଜୀବନ ଚାଲିଗଲା,ରାଜପଥ ରେ ଜାନ ର ଗତି କମ କରିବା ପାଇଁ ସ୍ମାରକପତ୍ର ଦେଲେ ସମାଜସେବି ଓ ବୁଦ୍ଧିଜୀବୀ

ଛତ୍ରପୁର ତା ୪/୧୨/୨୫(ଅରୁଣ କୁମାର ପଣ୍ଡା )ଗଞ୍ଜାମ ଜିଲା ଛତ୍ରପୁର ର ଜାତୀୟ ରାଜପଥ- ୧୬ ଡିଆରଡିଏ ଛକ ନିକଟରେ ସଡ଼କ ଦୁର୍ଘଟଣା ରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ଜେ. ସ୍ବାତୀ। ସେ ତାଙ୍କ ବାପା ଙ୍କ ସହ ଛତ୍ରପୁର ଆର ଟି ଓ ଅଫିସକୁ ଗାଡ଼ି ଲାଇସେନ୍ସ ପାଇଁ ଆସି ସ୍କୁଟିରେ ବାପ ଓ ଝିଅ ଘରକୁ ଫେରୁଥିବା ବେଳେ ଟ୍ରକ୍ ସହ ଦୁର୍ଘଟଣା ଘଟିଥିଲା। ଫଳରେ ବାପାଙ୍କ ଆଖି ସମ୍ନାରେ ଚାଲିଗଲା ଝିଅର ଜୀବନ। ଛତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍କୁ ଜବତ କରିବା ସହ ମାମଲା ରୁଜୁ କରି ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଯୋଗ୍ୟ ଯେ, ଛତ୍ରପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥ -୧୬ ର କଲେଜ ଛକ ଓ ଡି ଆର ଡି ଏ ଛକ ନିକଟରେ ବାରମ୍ବାର ଦୁର୍ଘଟଣା ଘଟି ପ୍ରାଣ ହାନି ଘଟୁଥିଲେ ମଧ୍ୟ ଏ ଠାରେ ଓଭର ବ୍ରିଜ ପାଇଁ ଦାବୀ ହେଉଥିଲେ ମଧ୍ୟ ନିର୍ମାଣ କରାଯାଉନାହିଁ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି । ପରବର୍ତ୍ତୀ ସମୟରେ ଗଂଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ ଓ ଗଂଜାମ ଏସପି ଶୁଭେନ୍ଦୁ ପାତ୍ର ଏବଂ ଆର ଟି ଓ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି କୁ ଅନୁଧ୍ୟାନ କରିଥିଲେ । ସମସ୍ତ ସ୍କୁଲ ଓ କଲେଜ୍ ଛାତ୍ର ଛାତ୍ରୀ ମାନେ କେମିତି ଯାତାୟାତ କରିବେ ସେହି ଉପରେ ଆଲୋଚନା କରିଥିଲେ । ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମି ର ଅଧକ୍ଷ ରାଜେନ୍ଦ୍ର ଦାସ, ସମାଜସେବି ଭାଗିରଥି ବେହେରା ପ୍ରମୁଖ ମୋଟର ଜାନ ଆଇନ ୧୯୮୮ର ଧାରା ୧୧୨ଉପଧାରା ୫ଓ ଓଡିଶା ମୋଟରଜାନ ନିୟମାବଳୀ ର ୧୭୩ ଧାରା ଅନୁଯାଇ ଜାତୀୟ ରାଜପଥ ରେ ସମସ୍ତ ଜାନ ର ଗତି, ଛତ୍ରପୁର ସହର ର ଗ୍ରୀଡ଼ ଛକ ଠାରୁ ପାଲିଆ ଛତ୍ରପୁର ଛକ ପର୍ଯ୍ୟନ୍ତ ଗତି ନିୟନ୍ତ୍ରଣ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରି ଦାବି କରିଛନ୍ତି
