July 6, 2024

ଗଜପତି:- ଜିଲ୍ଲାସ୍ତରୀୟ ଭୋଟର ସଚେତନତା ଅଭିଯାନ ରଥ ଶୁଭାରମ୍ଭ ।

Share

ଗଜପତି:- ଜିଲ୍ଲାସ୍ତରୀୟ ଭୋଟର ସଚେତନତା ଅଭିଯାନ ରଥ ଶୁଭାରମ୍ଭ ।
——————————————
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ ପରିସର’ରେ ଆଜି ଭୋଟର ତାଲିକା’ର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୪ କାର୍ଯ୍ୟକ୍ରମ’ର ଜିଲ୍ଲାସ୍ତରୀୟ ଭୋଟର ସଚେତନତା ଅଭିଯାନ ରଥ’ର ଶୁଭାରମ୍ଭ ହୋଇଯାଇଛି।।
ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଏହି କାର୍ଯ୍ୟକ୍ରମ’ରେ ଯୋଗଦେଇ ସବୁଜ ପତାକା ଦେଖାଇ ଜିଲ୍ଲାସ୍ତରୀୟ ସଚେତନତା ଅଭିଯାନ ରଥ ଓ ଶୋଭାଯାତ୍ରା’ର ଶୁଭାରମ୍ଭ କରିଥିଲେ ।
ଏହି ଅବସର’ରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଥିଲେ ଯେ , ଭାରତ’ର ନିର୍ବାଚନ କମିଶନ’ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପକ୍ଷ’ରୁ ସ୍ବତନ୍ତ୍ର ଅଭିଯାନ ଦିବସ ଯାହାକି , ୪ ଟି ତାରିଖ ଯଥା:- ଚଳିତ ନଭେମ୍ବର ମାସ’ର ୫ , ୧୧ , ୧୯ ଓ ୨୫ ତାରିଖ ଦିନ’ରେ କରାଯିବ । ଆଜି ଜିଲ୍ଲା ସ୍ତରୀୟ ଭୋଟର ସଚେତନତା ଅଭିଯାନ ରଥ’ର ଶୁଭାରମ୍ଭ ହୋଇଛି । ଜିଲ୍ଲା’ର ଭୋଟର ମାନଙ୍କୁ ଭୋଟ ଦେବାପାଇଁ ପ୍ରଚାର୍ ମାଧ୍ୟମରେ ସଚେତନ କରାଯିବା ସହ ଯେଉଁ ମାନେ ଏଥିପାଇଁ ନିଜ ନାମ ପଞ୍ଜିକରଣ କରିନାହାନ୍ତି , ସେମାନେ ନିଜ ନାମ ଏନରୋଲ୍ କରିବାକୁ ହେବ ।
ମୁଖ୍ୟତଃ , ଯେଉଁ ନୂତନ ଭୋଟର ମାନେ , ଯେଉଁ ମାନଙ୍କ ବୟସ ୧୭ ରୁ ୧୮ ବର୍ଷ ବୟସ ମଧ୍ୟରେ ରହିଛି ଏବଂ ଯୋଗ୍ୟତା ରହିଛି , ସେମାନେ ସେମାନଙ୍କ ନାମ ପଞ୍ଜିକରଣ କରିବା ପାଇଁ ଏବଂ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଛି ।
ଅନ୍ୟପକ୍ଷରେ , ଏହି ୫ ଦିନ ମଧ୍ୟରେ ଭୋଟର’ଙ୍କୁ ସଚେତନ କରାଯିବା ସହ ସମସ୍ତ ମତଦାନ କେନ୍ଦ୍ର’କୁ ଏହି ସଚେତନତା ପ୍ରଚାର୍ କରାଯିବା ପାଇଁ ପ୍ରୟାସ କରାଯିବ । ଏଥିପାଇଁ ଅଡିଓ ଡକୁମେଣ୍ଟ ମଧ୍ୟ ୪ଟି ଭାଷା’ରେ ଯଥା:- ଓଡ଼ିଆ , ତେଲୁଗୁ , ସଉରା ଓ କୁଇ ଭାଷାରେ ପ୍ରଚାର୍ କରାଯିବା ସହ ସାମ୍ବାଦିକ ମାନଙ୍କ ଜରିଆରେ ଏବଂ ୱାଟ୍ ସାପ ମାଧ୍ୟମରେ ସଚେତନତା ପ୍ରଚାର୍ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଛନ୍ତି ।
ଏହି କାର୍ଯ୍ୟକ୍ରମ’ରେ ଅତିରିକ୍ତ ନିର୍ବାଚନ ଅଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ , ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଏବଂ ଡ଼ିଆଇପିଆରଓ: ଶ୍ରୀ ପ୍ରଦୀପ୍ତ ଗୁରୂମାଇ ଙ୍କ ସମେତ ବହୁ ସଂଖ୍ୟାରେ କଲେଜ ପିଲାମାନେ ଯୋଗ ଦେଇଥିଲେ
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————–

You may have missed