July 6, 2024

ବେଆଇନ ଗଞ୍ଜେଇ ଚାଷ ନଷ୍ଟ କଲେ ମୋହନା ପୋଲିସ —–

Share

ବେଆଇନ ଗଞ୍ଜେଇ ଚାଷ ନଷ୍ଟ କଲେ ମୋହନା ପୋଲିସ —–
ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକର ସଦର ଥାନା ଅଞ୍ଚଳରେ ଆଜି ଗଜପତି ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମୋହନା ଥାନା ଅଂଚଳରେ ୯୧ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ କୁ ଆଜି ମୋହନା ପୋଲିସ, ଅବକାରୀ ବିଭାଗ ସହ ରାଜସ୍ବ ବିଭାଗ ମିଳିତ ଭାବେ ଚଢ଼ାଉ କରି ନଷ୍ଟ କରିଛନ୍ତି। ମୋହନା ଥାନା କେସ ନମ୍ବର ୧୭୫/୩/୪.୧୧.୨୦୨୩ ପ୍ରକାରେ ତଦନ୍ତ କରୁଥିବା ଜଣାଯାଇଛି। ବେଆଇନ ଗଞ୍ଜେଇ ଚାଷ କରୁଥିବା ଜାଣି ଅଞ୍ଚଳର ଚାରି ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ତଦନ୍ତ କରୁଥିବା ପ୍ରକାଶ।

You may have missed