ଗୁରୁଦିବସ ପାଳନ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅତାବିରା
ସୁରେନ୍ଦ୍ର କଠାର କଂ ରିପୋର୍ଟ
ଅତାବିରା ପ୍ରାଥମିକ ଶିକ୍ଷା ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ସରସ୍ବତୀ ମଣ୍ଡପ ଅତାବିରା ଠାରେ ବ୍ଲକ୍ ସ୍ତରୀୟ ଗୁରୁଦିବସ ପାଳନ ର ପଚାଶ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଉଦଘାଟନୀ ଉତ୍ସବରେ ଅତାବିରା ସମନ୍ୱିତ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ରଶ୍ମିରଞ୍ଜନ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବରଗଡ଼ ସରୋଜ କୁମାର ଭୁଏ,ମୁଖ୍ୟ ବକ୍ତା ରୂପେ ଟାଇମ୍ସ ଅଫ ଇଣ୍ଡିଆ ଇଂରାଜୀ ପତ୍ରିକାର ମୁଖ୍ୟ ସମ୍ପାଦକ ଅଶୋକ ପ୍ରଧାନ ,ସମ୍ମାନିତ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭେଡେନ ମଚ୍ଛିନ୍ଦ୍ର ମଲ୍ଲିକ,ଗୋଷ୍ଠୀ ଶିକ୍ଷା ଅଧିକାରୀ ଅତାବିରା ସୁଶ୍ରୀ ମିଶ୍ରାଣୀ କୁମ୍ଭାର,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅତାବିରା କାର୍ତ୍ତିକ ବାଗ, ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପନ କୁମାର ଦାସ ମଞ୍ଚାଷିନ ଥିଲେ । ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ସଂଘର ସହ ସମ୍ପାଦକ ଲୋକନାଥ ମହାନନ୍ଦ । ବାର୍ଷିକ ବିବରଣୀ ପଠନ କରିଥିଲେ ଉପ ସଭାପତି ସୁଜାତା ପଧାନୀ । ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ମନୋରଞ୍ଜନ ମିଶ୍ର । ସହଯୋଗ କରିଥିଲେ ସନ୍ତୋଷ କର,ନୃପ ଭୋଇ,ନନ୍ଦିଘୋଷ ଭୁଏ,ଅବସର ପ୍ରାପ୍ତ ଶିକ୍ଷକ ସଂଘ ର ସଭାପତି ନିଶିକାନ୍ତ ପଣ୍ଡା,ସମ୍ପାଦକ ପଞ୍ଚାନନ ନାଥ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ । ଦ୍ଵିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଓଡ଼ିଶା ସରକାରଙ୍କ ରାଜସ୍ବ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମାନ ସୁରେଶ ପୂଜାରୀ ସମ୍ମାନିତ ଅତିଥି ରୂପେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ,ବିଜେପୁର ବିଧାୟକ ସନତ ଗଡ଼ତିଆ ,ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭାରତୀୟ ଜନତା ଦଳର ବରିଷ୍ଠ ନେତା ସୁରେଶ୍ଵର ଶତପଥୀ , ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ ର ଅଧ୍ୟକ୍ଷ ରଜନୀକାନ୍ତ ଦାଶ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ ଭୁଏ,ଗୋଷ୍ଠୀ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାର ଯୋଗଦାନ କରିଥିଲେ । ସଂଘର ସହ ସମ୍ପାଦକ ଲୋକନାଥ ମହାନନ୍ଦ ପଚାଶ ବର୍ଷ ଜୟଯାତ୍ରାର ସ୍ଵର୍ଣ୍ଣୀମ ବିବରଣୀ ପଠନ କରିଥିଲେ । ଏହି ଅବସରରେ ଶିକ୍ଷକ ସଂଘ ଅତାବିରା ଓ ବରଗଡ଼ ନିଷ୍ଠା ପରିବାର ତରଫରୁ ଏକ ସ୍ବେଚ୍ଛାସେବୀ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ତେତିଶ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଅବସରରେ ଗତ ବର୍ଷ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଗୀତା,ମାନପତ୍ର, ଉପଢୌକନ ଏବଂ ପୁଷ୍ପ ମାଳ ଦେଇ ସମ୍ମାନିତ କରିବା ସହ ପୂର୍ବ ବର୍ଷ ମାନଙ୍କରେ ଅବସର ଗ୍ରହଣ କରିଥିବା ତିନିଶହ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଫୁଲ ଚନ୍ଦନ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇ ଥିଲା । ଅତିଥି ମାନଙ୍କ ଦ୍ବାରା ସୁବର୍ଣ୍ଣ ଜୟନ୍ତୀ ସ୍ମାରକୀ ପତ୍ରିକା ଉନ୍ମୋଚନ ହୋଇ ପ୍ରକାଶିତ ହୋଇଥିଲା । ଶିକ୍ଷୟିତ୍ରୀ ରଶ୍ମିରାଣୀ ନନ୍ଦ ଙ୍କ ନେତୃତ୍ୱରେ ଶିକ୍ଷୟିତ୍ରୀ ଭଉଣୀ ମାନେ ସ୍ବାଗତ ତଥା ଉଦଯାପନୀ ସଙ୍ଗୀତ ଗାନ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ସୁଧାଂଶୁ ଶେଖର ମିଶ୍ର । ସହଯୋଗ କରିଥିଲେ ଅର୍ଜୁନ ଚନ୍ଦ୍ର ପରିଡ଼ା,ଭବାନୀ ଶଙ୍କର ପ୍ରଧାନ, ପିଙ୍କୁ ସାହୁ ,ସୁଶାନ୍ତ କୁମାର ତ୍ରିପାଠୀ,ସୁଦାମ ଭୋଇ ଏବଂ ଝରଣା ସେଠ୍ ।
