March 10, 2026

ବିଜେଡି ଯୁବନେତା ଙ୍କ ଗାଡି ଧକ୍କାରେ କାର ଚାଳକ ଆହାତ

IMG-20250905-WA0000
Share

 

 

ଅନୁଗୁଳ: (ଉପାନ୍ତ ଖବର) ଅନୁଗୁଳ ଗଣେଶ ପୂଜା ଭଷାଣି ରେଆହାତ କାର ଚାଳକକୁ ଭେଟିଲେ ପୂର୍ବତନ ଉପବାଚସ୍ପତି

ଗତକାଲି ରାତିରେ ଅନୁଗୋଳ ଗଣେଶ ପୂଜା ବିସର୍ଜନ ସାରି ଫେରିଲା ସମୟରେ ଅନୁଗୋଳ ଲାଇନ୍ସ କ୍ଲବ ଆଖି ଚିକିତ୍ସାଳୟ ସମ୍ମୁଖରେ ଅନ୍ୟ ଏକ ଗାଡ଼ି ସହିତ ପୂର୍ବତନ ଉପବାଚସ୍ପତି ଙ୍କ ପୁଅ ତଥା ବିଜେଡି ଯୁବନେତା ଅରୁଣାଭ ସିଂହଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଯୁବନେତା ସଙ୍ଗେ ସଙ୍ଗେ ଗାଡ଼ି ଚାଳକଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଜରୁରୀକାଳୀନ ଚିକିତ୍ସା କରିବା ସହିତ ଉପସ୍ଥିତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସିଟି ସ୍କାନ କରାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଚିକିତ୍ସା ପାଇଁ ୱାର୍ଡରେ ଭର୍ତ୍ତି କରାଇଥିଲେ । ଆଜି ସକାଳେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହସ୍ପିଟାଲରୁ ସଠିକ୍ ଭାବେ ସୁସ୍ଥ ହୋଇ ଘରକୁ ଫେରି ନିଜର ଦୈନଦିନ କାର୍ଯ୍ୟରେ ଯୋଗଦେଇଛନ୍ତି।ଏଭଳି ସମ୍ବେଦନଶୀଳ ସମୟରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିବା ଶୁଭେଛୁ ଏବଂ ଫୋନ୍ ମାଧ୍ୟମରେ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିବା ସମସ୍ତ ବ୍ୟକ୍ତିଙ୍କୁ ଯୁବନେତା ଧନ୍ୟବାଦ୍ ଓ କୃତଜ୍ଞତା ଜଣାଉଛି।