ନିଆରା ପରମ୍ପରା ଚିତଉ ଅମାବାସ୍ୟା, ଘରେ ଘରେ ପ୍ରସ୍ତୁତ ହେଲା ଚିତଉ ପିଠା..
ବୋଲଗଡ଼,(ଉପାନ୍ତ ଖବର): ରବିବାର ଥିଲା ପବିତ୍ର ଶ୍ରାବଣ ମାସର ଅମାବାସ୍ୟା ତିଥି। ପାରମ୍ପରିକ ପ୍ରଥା ଅନୁସାରେ ବୋଲଗଡ଼ ବ୍ଲକ ଅଞ୍ଚଳ ରେ ଥିବା ସମସ୍ତ ଗ୍ରାମର ଘରେ ଘରେ ଚିତଉ ପିଠା ପ୍ରସ୍ତୁତ କରାଯାଇ ନିଜର କୂଳ ଇସାଣ, ଚଉରା ଏବଂ ଗ୍ରାମରେ ପୂଜା ପାଉଥିବା ଦେବା ଦେବୀଙ୍କ ମନ୍ଦିର ରେ ଭୋଗ ଲାଗି କରାଯାଇଥିଲା। ଏବଂ ତାପରେ ଚିତଉ ପିଠାକୁ ଚାଷୀ ଭାଇ ମାନେ ଧାନ ବିଲ ଓ ପୋଖରୀ ନେଇ ଗେଣ୍ଡା ମାନଙ୍କ ଉଦ୍ଦେଶ୍ୟରେ ପକାଇଥିଲେ। ଆଉ କହିଥିଲେ ହେ ଗେଣ୍ଡେଇଶୁଣୀ ପିଠାଭୋଗ ଖାଅ, ମୋ ବାପା, ଦାଦା, ଭାଇଙ୍କ ଗୋଡକୁ କାଟିବୁ ନାହିଁ। ବିଶ୍ୱାସ ରହିଛି ଏହି ଚିତଉ ଅମାବାସ୍ୟା ଦିନରେ ଗେଣ୍ଡା ବା ଗେଣ୍ଡେଇଶୁଣି ଙ୍କୁ ଚିତଉ ପିଠା ଭୋଗ ଲାଗି କଲେ ବର୍ଷା ଋତୁରେ ଗେଣ୍ଡାମାନେ ଚାଷକାର୍ଯ୍ୟ କରୁଥିବା ସମୟରେ ଚାଷୀ ମାନଙ୍କ ର ଗୋଡ ଓ ହାତକୁ କାଟନ୍ତି ନାହିଁ। ବୋଲଗଡ଼ ଅଞ୍ଚଳ ଏକ ଚାଷ ବହୁଳ ଅଞ୍ଚଳ ହୋଇଥିବାରୁ ଗାଁ ଗାଁ ରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଥିଲା ଚିତାଲାଗି ଅମାବାସ୍ୟା।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।