ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ
ରାୟଗଡା :ରାୟଗଡା ସହରର ବିଜେପି କାର୍ଯ୍ୟାଳୟକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କୋରାପୁଟ ଜିଲ୍ଲା ଗସ୍ତ ସମାପ୍ତ କରି ରାୟଗଡା ସହର ସିରିଗୁଡ଼ାସ୍ଥିତ ବିଜେପି କାର୍ଯ୍ୟାଳୟକୁ ଆସିଥିଲେ । ଏହିଠାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ଟୁଟୁ ଦାସ, ବସନ୍ତ ଉଲାକା, ଜଗନ୍ନାଥ ନୁଁଦୃକା, ହଳଧର ହିମରିକା, ଙ୍କ ସମତେ ବହୁ କର୍ମୀ ସ୍ୱାଗତ କରିଥିଲେ l ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିକାଶର ପ୍ରାଥମିକତା ତଥା ରାଜ୍ୟ ଅର୍ଥନୀତିର ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରି ଲୋକଙ୍କ ଆବଶ୍ୟକତା ଏବଂ ଆକାଂକ୍ଷାକୁ ପୂରଣ କରିବେ ବୋଲି ପ୍ରତିଶୃତି ଦେଇ କହିଥିଲେ।
କୃଷକଙ୍କ କୃଷି ଉତ୍ପାଦ ଜିନିଷ କଟଣୀ ଚଟଣୀ ହଟାଇ ଦିଆଯିବ। ଶିକ୍ଷା, ଜନସ୍ୱାସ୍ଥ୍ୟ , ଜଳସେଚନ, କ୍ରୀଡା ଓ ଯୁବ ସେବା, ମହିଳା ଓ ଶିଶୁ ବିକାଶ, ବାସଗୃହ ପାନୀୟ ଜଳ ଓ ପରିମଳ, ଜଙ୍ଗଲ, ସଡକ, ପରିବହନ ଅନୁସୂଚିତ ଜନଜାତି ବା ଆଦିବାସୀଙ୍କ ଭିନ୍ନକ୍ଷମ ଓ ବିଭିନ୍ନ କ୍ଷେତ୍ର ମାନଙ୍କ ପାଇଁ ପ୍ରାଧାନ୍ୟ ଦିଆଯିବ ବୋଲି ନିଜ ବ୍ୟକ୍ତବ୍ୟ ମତ ଦେଇଥିଲେ।ପ୍ରତ୍ୟେକ ବ୍ଲକ ରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବ ବୋଲି କହିଥିଲେ l ଶିକ୍ଷା ର ମାନ ବୃଦ୍ଧି ପାଇଁ ଶିକ୍ଷକ ପଦବି ପୂରଣ କରାଯିବା ସହିତ ଶିକ୍ଷା ବ୍ୟବସ୍ଥା ଓ ଢାଞ୍ଚା ରେ ପରିବର୍ତନ କରାଯିବ କହିଥିଲେ l ରାୟଗଡା ଠାରେ ନୂତନ ରେଳ ଡିଭିଜନ ମଧ୍ୟ୍ୟ କାର୍ଯ୍ୟକ୍ଷେମ ହେବ ବୋଲି କହିଥିଲେ l 326 ନମ୍ବର ଜାତୀୟ ରାଜପଥ ବ୍ରହ୍ମପୁର ଠାରୁ ମାଲକାନଗିରି ପର୍ଯ୍ୟନ୍ତ 4 ଲେନ କରାଯିବା ବୋଲି କହିଥିଲେ l କୌଣସି ପରିସ୍ଥିତି ରେ ଦୁର୍ନୀତି କୁ ପ୍ରଶ୍ରୟ ଦିଆଯିବ ନାହଁ ବୋଲି କହିଥିଲେ l ଜ଼ିଲ୍ଲା ର ତିନି ଗୋଟି ବିଧନ ସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନକୁ ସୁଦୃଢ କରିବା ନିମନ୍ତେ କର୍ମକର୍ତା ଙ୍କ ସହିତ ଆଲୋଚନା କରିଥିଲେ l ରାଜ୍ୟ ସଭାପତି ଙ୍କ ସହିତ ରାଜ୍ୟ ସାଧାରଣ ସମ୍ପାଦିକା ପୁର୍ଣିମା କେରକେଟା, ମଧ୍ୟ୍ୟ ରାୟଗଡା ଗସ୍ତ ରେ ଆସିଥିଲେ l ଏହି ଗସ୍ତ ସମୟରେ ଜ଼ିଲ୍ଲା ଉପ ସଭାପତି ପଦ୍ମନାଭ ଦାସ ଟୁଟୁ ଦାସ, ସମ୍ପାଦକ ପ୍ରତାପ ପୁଆଲା, କୋଲନରା ବ୍ଲକ ଉପଦକ୍ଷ ହଳଧର ହିମରିକ୍ସ, ମଞ୍ଜୁଳା ମିନିଆକା, ଝରଣା ମହାନ୍ତି, ଵାଣିଶ୍ରୀ, ପ୍ରମୁଖ ଦଳୀୟ ସଂଗଠନ ଓ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ