July 8, 2024

କାର ସହ ୪୦ କେଜି ଗଞ୍ଜେଇ ଜବତ,୨ ଗିରଫ

Share

 

ସମ୍ବଲପୁର:ଉତ୍ତର ପ୍ରଦେଶ ରାଜ୍ୟ ନମ୍ବର ଥିବା ଏକ କାର ମଧ୍ୟରେ ସିକ୍ରେଟ ଚାମ୍ବର କରି ବେଆଇନ ଭାବରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଯୋଜନାକୁ ପଣ୍ଡ କଲା ସମ୍ବଲପୁର ଗୁଇନ୍ଦା ଅବକାରୀ ବିଭାଗ । ଏହା ସହ ଏହି ଘଟଣାରେ ୨ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ ମଧ୍ୟ କରାଯାଇଛି। ସୁଚନା ଅନୁସାରେ ସମ୍ବଲପୁର ପ୍ରଧାନପାଲି ଛକରେ ଗୁଇନ୍ଦା ଅବକାରୀ ବିଭାଗ ପକ୍ଷରୁ ଯାନବାହାନ ଯାଞ୍ଚ କରାଯାଉଥିବା ବେଳେ ଏକ କାର ର ସିକ୍ରେଟ ଚେମ୍ବର ମଧ୍ୟରୁ ଚୋରା ଚାଲାଣ ହେଉଥିବା ୪୦ କେଜି ବେଆଇନ ଗଞ୍ଜେଇ କୁ ଜବତ କରିବା ସହ ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ମାନେ ଉତ୍ତରପ୍ରଦେଶ ରାଜ୍ୟର ହୋଇଥିବା ବେଳେ ଅତି ଚତୁରତା ସହ ସିକ୍ରେଟ ଚେମ୍ବର ମାଧ୍ୟମରେ ବେଆଇନ ଗଞ୍ଜେଇ ଚୋରା ଚାଲାଣ ପାଇଁ ଯୋଜନା କରୁଥିଲେ l ତେବେ ଚାରି ଚକିଆ କାର ର ସିକ୍ରେଟ ଚେମ୍ବର ରୁ ୪୦ କେଜି ବେଆଇନ ଗଞ୍ଜେଇକୁ ଜବତ କରାଯିବା ସହ ଉତ୍ତର ପ୍ରଦେଶ ରାଜ୍ୟର ୨ ଜଣ ଅଭିଯୁକ୍ତ ମହମ୍ମଦ ଶୟେଦ ଓ ପରବେଜ ଅହମ୍ମଦ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ଏହି ବେଆଇନ ଗଞ୍ଜେଇ ବଲାଙ୍ଗୀର ଜିଲ୍ଲାରୁ ଉତ୍ତରପ୍ରଦେଶ ରାଜ୍ୟକୁ ଚୋରା ଚାଲାଣ ହେଉଥିବା ନେଇ ଗୁଇନ୍ଦା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଜବତ ଗଞ୍ଜେଇ ର ଅନୁଆମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ଥିବା ବେଳେ ଜବତ କାର ସହ ଏହାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଗୁଇନ୍ଦା ଅବକାରୀ ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରା ସୂଚନା ଦେଇଛନ୍ତି l