September 21, 2024

ପିପୁଲ୍ସ ହାଇସ୍କୁଲରେ ବନ ମହୋତ୍ସବ ସପ୍ତାହ ପାଳିତ

Share


ବୁଗୁଡ଼ା : ତା ୦୫/୦୭/୨୩ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପକ୍ଷରୁ ସ୍ବପରିସରରେ ୭୪ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଯୋଗ ଦେଇ ଇକୋ କ୍ଲବ ଓ ଏନସିସି ଛାତ୍ରଙ୍କୁ ବୃକ୍ଷ ରୋପଣର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଏ ଅବସରରେ ଛାତ୍ରମାନଙ୍କଦ୍ବାରା ସ୍କୁଲ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ।