ମାତୃପୁରୀରେ ବିଶ୍ଵ ପରିବେଶ ଦିବସ..

ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ ଠାରେ,” ବିଶ୍ଵ ପରିବେଶ ଦିବସ” ପାଳିତ ହୋଇଯାଇଅଛି l ଏହି ଅବସରରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶ୍ରୀ ଶେଷଦେବ ନାଏକ, କୋଷାଧ୍ୟକ୍ଷ ଶ୍ରୀ ଜୟପ୍ରକାଶ ଅଗ୍ରୱାଲ, ଅଧ୍ୟକ୍ଷ ଶ୍ରୀ ବବ୍ରୁବାହନ ମିଶ୍ର, ଉପାଧ୍ୟକ୍ଷ ଶ୍ରୀ ଯତୀନ୍ଦ୍ର ପ୍ରଧାନ, ଶ୍ରୀ ଟିକେଲାଲ ଚାନ୍ଦ, ବିଜ୍ଞାନ ବିଭାଗୀୟ ମୁଖ୍ୟ ରତନ ଦୀପ, କୃଷି ପରିଷଦର ମୁଖ୍ୟ ହେମାନନ୍ଦ ଭୋଇ ମଞ୍ଚାସିନ ହୋଇ ବିଶ୍ଵ ପରିବେଶ ଦିବସ ପାଳନର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ l ‘”ପରିବେଶ ଅସନ୍ତୁଳନ ର ପ୍ରଭାବ ” ଶୀର୍ଷକରେ ଛାତ୍ରଛାତ୍ରୀମାନେ ନିଜର ମତ ଉପସ୍ଥାପନ କରିଥିଲେ l କାର୍ଯକ୍ରମକୁ ଶ୍ରୀ ସୁଦୀପ ସାହୁ, ଶ୍ରୀ ସlନ୍ତୁନୁ ଦାସ, ଶ୍ରୀ ରାମଚନ୍ଦ୍ର ପ୍ରଧାନ, ଶ୍ରୀ ସୁଶାନ୍ତ ସେଟ୍ , ଶ୍ରୀ ଏକlଦଶିଆ ସାହୁ, ଶ୍ରୀ ଯୁଗଳ କିଶୋର ସାହୁ ପରିଚାଳନା କରିଥିଲେ l ଶେଷରେ ଯତୀନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରିଥିଲେ l
ରିପୋର୍ଟ ସୁରେନ୍ଦ୍ର କଠାର,ବରଗଡ