ଝିଙ୍କାରି…

ଗ୍ରୀଷ୍ମର ତପ୍ତ ଝାଞ୍ଜିରେ
ଜୀବନ ବିପନ୍ନ- ବିଷର୍ଣ୍ଣ
ଜୀବନ ରକ୍ଷା ପାଇଁ ସର୍ବତ୍ର ଆତ୍ମ ଚିତ୍କାର
ଝିଙ୍କାରିର କର୍କଶ ନାଦରେ
ବଧୀର କର୍ଣ୍ଣପଟଳ….!!
ଝିଙ୍କାରିର ଝଁ ଝଁ ଦୀର୍ଘ ସ୍ବର
ଅତୃପ୍ତ ଲାଗେ ବାରମ୍ବାର
ନିର୍ଜନ ମଧ୍ୟାହ୍ନର ପ୍ରଖର ଖରାରେ
ବାଟୋଇର ଥକାପଣେ
ବସିଥିବା କେଉଁ ଗହଳ ବୃକ୍ଷ ମୂଳେ
ଶୁଭେ ପାଶେ ଝିଙ୍କାରି କ୍ରନ୍ଦନ…!!
ଝିଙ୍କାରି : କଳା କଳା ଦେହ ତା’ର
ଝିଣ୍ଟିକା ସଦୃଶ ରୂପ
ଆଗକୁ ଦୁଇଟା ନିଶ
ଆମ୍ବ ବୃକ୍ଷ ଶାଖା ପ୍ରଶାଖାରେ ଲୁଚି
ଛାଡେ ରଡି…….
ଆ… ଆ… ମେଘ ଆକାରରେ
ସରିଲାଣି ଗ୍ରୀଷ୍ମ ଋତୁ ଏବେ….!!
ଆକାଶରେ ଦେଖି ମେଘ ମାଳ ମାଳ
ବର୍ଷାର ରୁଣୁ ଝୁଣୁ ଶଦ୍ଦରେ
ମିଳାଇ ତା’ ସୁର – ଝିଙ୍କାରି
ଧୀରେ ଧୀରେ ଗାଏ ଗୀତ
ମିଶ୍ର ରାଗ ଆହା କି ମଧୁର….
ତା’ କଣ୍ଠରେ କଣ୍ଠ ଦେଇ
ତା’ ତାଳରେ ତାଳ ଲୟ ରଖି
ବେଙ୍ଗ ଗାଏ ଆନନ୍ଦେ ସଂଗୀତ
ସାରୁ ବୁଦା ତଳେ ରହି
ନାଚି ନାଚି ଥାକୁଲ୍ ଥାକୁଲ୍
ମୃଦୁ ମୃଦୁ ବର୍ଷାରେ
ଭିଜାବାକୁ ଆନନ୍ଦ ଉଲ୍ଲାସେ….!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି) (କବି କେଶବ ଚନ୍ଦ୍ର ନାୟକ)