July 1, 2024

ଆଭାସୀ ପଦ୍ଧତିରେ ବିଶ୍ୱ ପରିବେଶ ଦିବସ ପାଳିତ…

Share

ବୋଲଗଡ଼,(ଉପାନ୍ତ ଖବର)ବିଶ୍ୱ ପରିବେଶ ଦିବସ ଅବସରରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ଵିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବାକୁ ବୁଧବାର ଦିନ ଆଭାସୀ ପଦ୍ଧତିରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ନିର୍ଦ୍ଦେଶରେ “ପରିବେଶ ପ୍ରଦୂଷଣ
ଓ ତାର ନିରାକରଣ ”ପ୍ରସଙ୍ଗ ଉପରେ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ ଏବଂ ସୌଦାମିନୀ ସୁବୁଦ୍ଧିଙ୍କ
ତତ୍ତ୍ୱାବଧାନରେ ଯଥାକ୍ରମେ କନିଷ୍ଠ ଓ
ବରିଷ୍ଠ ବିଭାଗରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।କନିଷ୍ଠ ବିଭାଗରେ ଶିକ୍ଷକ ବିଶ୍ୱଜିତ ସରୋଜ
କୁମାର, ବିଭୁପ୍ରସାଦ ମହାପାତ୍ର ଓ ଶିକ୍ଷୟିତ୍ରୀ ସ୍ମିତାସିନ୍ଧୁ ମହାପାତ୍ର ବିଚାରକ ରୂପେ ମୂଲ୍ୟାଙ୍କନ କରିଥିଲେ ।ଏଥିରେ ମଧୁସ୍ମିତା
ପ୍ରିୟଦର୍ଶିନୀ ପ୍ରଥମ, ଜାଗୃତି ପ୍ରଭା
ସାହୁ ଦ୍ଵିତୀୟ ଓ ଲକ୍ଷ୍ମୀପ୍ରିୟା ସେନ
ତୃତୀୟ ସ୍ଥାନ ହାସଲ କରିଥିଲେ ।
ବରିଷ୍ଠ ବିଭାଗରେ ଶିକ୍ଷକ ବିଚିତ୍ର କୁମାର ଘଡ଼େଇ, ଦୀପ୍ତି ରଞ୍ଜନ ଦାସ
ଓ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପ୍ରଧାନ
ଵିଚାରକ ଭାବେ କାର୍ଯ୍ୟ ସମ୍ପାଦନ
କରିଥିଲେ । ଉକ୍ତ ପତିଯୋଗିତାରେ
ବିଶ୍ୱରଂଜନ ଦତ୍ତ, ଓମ ପ୍ରକାଶ ନାୟକ ଏବଂ ସଞ୍ଚିତା ପ୍ରିୟଦର୍ଶିନୀ
ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ
ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ
ଶିକ୍ଷକ ଅଂଶୁମାନ ଧଳ ଏବଂ ଶିକ୍ଷୟିତ୍ରୀ ନମିତା ସାହୁ ଆଲୋକପାତ କରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed