July 1, 2024

ଗୁଣୁପୁର ନିର୍ବାଚନ ମଣ୍ଡଳୀ ବିପୁଳ ଭୋଟ୍ ରେ କଂଗ୍ରେସ ବିଜୟୀ

Share

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିପୁଳ ଭୋଟ୍ ବ୍ୟବଧାନ ରେ କଂଗ୍ରେସ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ ବିଜୟ ହାସଲ କରିଛନ୍ତି । ଆଜି ସକାଳୁ ଗୁଣୁପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ କଡା ସୁରକ୍ଷା ବଳୟ ରେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ପ୍ରଥମ ରାଉଣ୍ଡ ରୁ କଂଗ୍ରେସ ଏଠାରେ ଆଗୁଆ ରହିଥିବା ବେଳେ ବିଜେଡି ର ରଘୁନାଥ ଗମାଙ୍ଗ ଦ୍ଵିତୀୟ ସ୍ଥାନରେ ରହିଥିଲେ । ମୋଟ ୨୧ ରାଉଣ୍ଡ ଗଣତି ଶେଷ ହୋଇଛି । ୨୯ ହଜାର ରୁ ଉର୍ଦ୍ଧ୍ବ ଭୋଟ୍ ବ୍ୟବଧାନ ରେ କଂଗ୍ରେସ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ ବିଜୟ ହାସଲ କରିଛନ୍ତି । ଯାହାକି ଗୁଣୁପୁର ଇତିହାସରେ ରେକର୍ଡ ସଂଖ୍ୟକ ବିଜୟ ହାସଲ ଅଭିମୁଖେ ଅଗ୍ରସର ହେଉଛନ୍ତି । ଏହା ହେଉଛି ଅନ୍ୟାୟ ବିରୁଦ୍ଧରେ ନ୍ୟାୟ ର ବିଜୟ ସାରା ଗୁଣୁପୁର ବାସୀଙ୍କ ବିଜୟ ବୋଲି ସତ୍ୟଜିତ କହିଛନ୍ତି । କଂଗ୍ରେସ ପ୍ରାର୍ଥୀ ମୋଟ ୭୩୨୬୩ ଖଣ୍ଡ, ବିଜେଡି ର ରଘୁନାଥ ଗମାଙ୍ଗ ୪୬୮୨୮ ଖଣ୍ଡ ଓ ବିଜେପି ର ତ୍ରିନାଥ ଗମାଙ୍ଗ ୨୧୫୨୪ ଖଣ୍ଡ ଭୋଟ୍ ପାଇଛନ୍ତି । ବିଜୟ ହାସଲ କରିବା ପରେ ଗୁଣୁପୁର ସହରରେ କଂଗ୍ରେସ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି ।

You may have missed