ଆଜିର ଖବର
*╭───────────────────╮*
*🌄ସକାଳର ଖବର, ୦୫-ଏପ୍ରିଲ-୨୦୨୩, ବୁଧବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ତାଳଚେରରେ ମା’ ଅଗ୍ନିରୂପାଙ୍କ ଆବିର୍ଭାବ। ଉଭାସ୍ଥଳରେ ଅଗ୍ନି ରୂପରେ ଦର୍ଶନ ଦେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳା । ଆରମ୍ଭ ହେଲା ନବ ଦିନାତ୍ମକ ଚଇତି ଯାତ୍ରା ।
➡️୨-ଦିଲ୍ଲୀ ରେ ଆରମ୍ଭ ହେଲା କ୍ୟୁଆର କୋଡ୍ ସ୍କାନ ଦ୍ୱାରା ଆଡମିଶନ ବ୍ୟବସ୍ଥା l ପିଲାମାନଙ୍କୁ ଆଡମିଶନ ପାଇଁ ଏଣିକି ପିତାମାତାଙ୍କୁ ସ୍କୁଲରୁ ସ୍କୁଲକୁ ବୁଲିବାକୁ ପଡିବ ନାହିଁ ବରଂ କେବଳ କ୍ୟୁଆର କୋଡ୍ ସ୍କାନ ଦ୍ୱାରା ହୋଇପାରିବ ଆଡମିଶନ ।
➡️୩-ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ, ପ୍ରଥମ ଦିନରେ ନିପ୍ପନ ଷ୍ଟିଲ କଂପାନୀର ମୁଖ୍ୟ ଇଜି ହାସିମୋଟୋଙ୍କ ସହିତ ହେଲା ଆଲୋଚନା l ଓଡିଶାରେ ପ୍ରତିଷ୍ଠା କରିବ ବାର୍ଷିକ ୩୦ ମେଟ୍ରିକ ଟନ ଉତ୍ପାଦନ କ୍ଷମତା ଥିବା କାରଖାନା l
➡️୪-ସବୁ ଚର୍ଚ୍ଚା ମିଛ, ଯୁକ୍ତଦୁଇ ଇତିହାସ ବହିରୁ ମୁଗଲ ବିଷୟ ବାଦ୍ ପଡ଼ିନି: ସ୍ପଷ୍ଟ କଲେ NCERT ନିର୍ଦ୍ଦେଶକ l
➡️୫-ହିନ୍ଦୋଳ ଏନ୍ଏସି ନିର୍ବାଚନ ରେ ଆଜି ଭୋଟ ଗଣତି ହେବା ସହ ନିର୍ବାଚନର ଫଳାଫଳ ହେବ ଘୋଷଣା l ୧୬ଟି ବୁଥ୍ ପାଇଁ ୧୬ଟି ଫେଜ୍ରେ ହେବ ଗଣତି l
➡️୬-ଜାପାନରୁ ଆସିଲା ବଡ ଖବର, ନିପ୍ପନ ଷ୍ଟିଲ ଓଡିଶାରେ କରିବ ବିଶ୍ବର ସର୍ବବୃହତ୍ ଇସ୍ପାତ ପ୍ରକଳ୍ପ l ବାର୍ଷିକ ୩୦ ମେଟ୍ରିକ ଟନ ଉତ୍ପାଦନ କ୍ଷମତା ଥିବା କାରଖାନା ପ୍ରତିଷ୍ଠା କରିବ।
➡️୭-ପରଲୋକରେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମହାରାଜ l ଗତକାଲି ୮୮ ବର୍ଷ ବୟସରେ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମହାରାଜଙ୍କ ହେଲା ପରଲୋକ l
➡️୮-ଜଳସମ୍ପଦ ବିଭାଗରେ ନିଯୁକ୍ତ ହେଲେ ୩୬ ଜଣ ଭୂତତ୍ତ୍ୱବିତ୍, ଦିଆଗଲା ନିଯୁକ୍ତ ପତ୍ର ।
➡️୯-ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ଭୁଟାନ ରାଜା ୱାଙ୍ଗଚୁକ୍ l କଲେ ଅର୍ଥନୈତିକ ସହଯୋଗ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା l
➡️୧୦-ରିଲିଜ ହେବାର ୭ ମାସ ପରେ ବି ଜାପାନରେ କମିନି ଫିଲ୍ମ ‘ଆର୍ଆର୍ଆର୍’ ର କ୍ରେଜ୍ l ଜାପାନ ରେ ହେଲା ୧ ମିଲିୟନରୁ ଅଧିକ ଫୁଟଫଲ ପଞ୍ଜିକରଣ କରିଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର l
➡️୧୧-ଭୁବନେଶ୍ବର ରେଳଷ୍ଟେସନ ଭିତରକୁ ପଶିଆସିଲା ଦ୍ରୁତଗାମୀ କାର୍, ଗାଡ଼ି ଭିତରେ ଥିଲେ ଯୁବକ ଓ ଯୁବତୀ l କାର ଭିତରେ ମଦ ବୋତଲ ସହ ଚାଖେଣା ପଡିଥିଲା।
➡️୧୨-ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଯୋଗୁଁ ବିମାନ ଚଳାଚଳ ହେଲା ଠପ୍ l ୮ଟି ଘରୋଇ ବିମାନକୁ ଚେନ୍ନାଇକୁ ଡାଇଭର୍ଟ କରାଯାଇଥିବା ବେଳେ ୬ଟି ଉଡ଼ାଣ ବିମାନ ହେଲା ବିଳମ୍ବିତ l
➡️୧୩-ପୁଣି ଏସିଆର ନଂ.୧ ଧନୀ ହେଲେ ମୁକେଶ ଅମ୍ବାନି l ୬୫ ବର୍ଷୀୟ ଅମ୍ବାନୀ ୮୩.୪ ବିଲିୟନ ଡଲାର ସମ୍ପତ୍ତି ସହ ବିଶ୍ୱର ନବମ ଧନୀ ବ୍ୟକ୍ତି ଅଟନ୍ତି ।
➡️୧୪-ମହାରାଷ୍ଟ୍ରରେ ଦୈନିକ କୋଭିଡ୍ ସଂକ୍ରମଣ ୧୮୬ ପ୍ରତିଶତ ହେଲା ବୃଦ୍ଧି l ତେବେ ଦେଶରେ ସମୁଦାୟ ସକ୍ରିୟ ମାମଲା ୨୧,୧୭୯କୁ ହେଲା ବୃଦ୍ଧି ।
➡️୧୫-କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ମେ ୧୦ ତାରିଖ ଦିନ ହେବ ଭୋଟ ଗ୍ରହଣ ଓ ୧୩ ତାରିଖରେ ହେବ ଭୋଟ ଗଣତି।
➡️୧୬-ଏଣିକି ଶତ୍ରୁଙ୍କ ନିଦ ହଜାଇବ ବାୟୁସେନା, S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀର ଦେଶରେ ହେବ ପ୍ରଥମ ଫାୟାରିଂ l ଏହି ସିଷ୍ଟମ ୧୦୦ରୁ ୪୦ ହଜାର ଫୁଟ ଉଚ୍ଚ ମଧ୍ୟରେ ଉଡୁଥିବା ପ୍ରତିଟି ଟାର୍ଗେଟକୁ ନଷ୍ଟ କରିପାରିବ ।
➡️୧୭-ପର୍ଣ୍ଣ ଷ୍ଟାରଙ୍କୁ ଗୁ୍ପ୍ତ ଭାବେ ଅର୍ଥ ଦେବା ମାମଲାରେ ଗିରଫ ହେଲେ ଡୋନାଲ ଟ୍ରମ୍ପ l କୌଣସି ପୂର୍ବତନ ରାଷ୍ଟ୍ରପତି ଗିରଫ ହେବା ଆମେରିକା ଇତିହାସରେ ଏହା ହେଉଛି ପ୍ରଥମ ଘଟଣା।
➡️୧୮-ନିକଟତର ହେଉଛନ୍ତି ଚୀନ ଓ ଋଷ; ୧୬ଦିନରେ ୯୦୦୦ କିଲୋମିଟର ଅତିକ୍ରମ କରି ମାଲ ପହଞ୍ଚାଇଲା ଟ୍ରେନ୍ l
➡️୧୯-ଆଇପିଏଲ ୭ମ ମ୍ୟାଚ : ଘରୋଇ ପଡ଼ିଆରେ ଦର୍ଶକଙ୍କୁ ନିରାଶ କଲା ଦିଲ୍ଲୀ, ଗୁଜରାଟ୍ର କ୍ରମାଗତ ୨ୟ ବିଜୟ l
➡️୨୦-ନିଜ ଦଳ ଗୁଜରାଟକୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଲେ ଭାରତୀୟ କ୍ରିକେଟ୍ ଦଳର ତାରକା ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ।
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ହିଙ୍ଗୁଳା ଯାତ୍ରା ll*
*🔅ଆଜି ବିଷ୍ଣୁ ଦମନକ ଚତୁର୍ଦଶୀ ll*
*🔅ଆଜି ପ୍ରଥମ ଯୋଗାଯୋଗ ଦିବସ ll*
*🔅ଆଜି ଜାତୀୟ ଚାଲିବା ଦିବସ ll*
*🔅ଆଜି ଜାତୀୟ ଆଶା ଦିବସ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*