March 7, 2026
ajiro khabar
Share

 

 

୧-ଭୁବନେଶ୍ୱର:ହୋଲିରେ ମନମୋହନଙ୍କ ବଡ ବୟାନ, ଶହେ ପ୍ରତିଶତ ଜିତିବେ ଦିଲୀପ ରାୟ।

 

୨-ପୁରୀ: ବନକଲାଗି ନୀତି,ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ସଂଧ୍ୟା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ।

 

୩-ରବୀନ୍ଦ୍ର ମଣ୍ଡପରେ ବୃନ୍ଦାବନ ମହୋତ୍ସବ, ମନ ମୋହିଲା ପଦ୍ମଶ୍ରୀ ହରିହରନଙ୍କ ଜାଦୁଗରୀ କଣ୍ଠରୁ ଗଜଲ।

 

୪-ଭୁବନେଶ୍ୱର:ହୋଲି ନା ଛାଡ଼ଖାଇ? ଆମିଷ ଖାଇବାରେ ସବୁ ରେକର୍ଡ ଭାଙ୍ଗିଲେ ରାଜଧାନୀବାସୀ,ପ୍ରାୟ ୮ କୋଟି ୪୧ ଲକ୍ଷ ୧୦ ହଜାର ୫୨୫ ଟଙ୍କାର ଆମିଷ କାରବାର ।

 

୫-ପୁରୀ:ବିଶୃଂଖଳ ଆଚରଣ ଓ ସେବାପୂଜାରେ ବିଳମ୍ବ ପାଇଁ ତିନି ସେବକଙ୍କୁ କୈଫିୟତ୍ ତଲବ, ସାତ ଦିନ ମଧ୍ୟରେ ଲିଖିତ ଦେବାକୁ ନିର୍ଦ୍ଦେଶ।

 

୬-ଆଜି ଓଡ଼ିଶା ଆସିବେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା, ଟ୍ରାଫିକ ଆଡଭାଜରି ଜାରି।

 

୭-ବଢ଼ିଚାଲିଛି ଅପରାଧ ଓ ଅପରାଧୀଙ୍କ ସଂଖ୍ୟା, ହେଳେ ଥାନାରେ ବଢ଼ୁନି ପୁଲିସ କର୍ମଚାରୀଙ୍କ ସଂଖ୍ୟା।

 

୮-ଉଦଳା:ହୁତୁ ହୁତୁ ହୋଇ ଜଳୁଛି ସଂରକ୍ଷିତ ଜଙ୍ଗଲ, ଗୋଟିଏରୁ ଆଉ ଗୋଟିଏକୁ ନିଆଁ ବ୍ୟାପୁଛି।

 

୯-ଭଦ୍ରକ,ଖରଦ ପାଟଣା:କୁମ୍ଭ ବୁଡ଼ା ପାଇଁ ଆସିଥିବ ଡିଜେକୁ ନେଇ ଗୋଷ୍ଠୀ ସଂଘର୍ଷ, ୧୨ ଆହତ।

 

୧୦-ଭୁବନେଶ୍ୱର:ହୋଲିରେ ବିଭିନ୍ନ ସ୍ଥାନରେ ଅଘଟଣ, ପାଣିରେ ବୁଡ଼ି ନାବାଳକଙ୍କ ସମେତ ୧୧ ମୃତ।

 

୧୧-ଅନୁଗୁଳ, ସରାଙ୍ଗ ଗାଁ:ସାମାନ୍ୟ ବଚସାରୁ ସଙ୍ଘବଦ୍ଧ ଆକ୍ରମଣ କରି ହତ୍ୟା ଅଭିଯୋଗ, ବାପା ମୃତ, ମା’ ଓ ପୁଅ ଗୁରୁତର।

 

୧୨-ବିଶ୍ୱକପ୍‌ରୁ ବିଦା ହେଲା ଦକ୍ଷିଣ ଆଫ୍ରିକା; ଏକତରଫା ବିଜୟ ସହ ଫାଇନାଲ୍‌ରେ ପହଞ୍ଚିଲା ନ୍ୟୁଜିଲାଣ୍ଡ।

 

୧୩-ଲକ୍ଷ୍ମୀପୁର:ସିରିଗୁଡ଼ାରେ ଭୟାବହ ଅଗ୍ନିକାଣ୍ଡ, ପୋଡ଼ିପାଉଁଶ ହୋଇଗଲା ୩ ପରିବାରର ଘର।

 

୧୪-ଦୁବାଇରେ ରଙ୍ଗ ନମିଳିବାରୁ ସିନ୍ଦୂର ଦେଇ ହୋଲି ପାଳନ କଲେ ଫସି ରହିଥିବା ଭାରତୀୟ।

 

୧୫-ଯୁଦ୍ଧ ଭୟ, ହୋଇପାରିଲା ନାହିଁ ଖାମେନିଙ୍କ ଅନ୍ତିମ ସଂସ୍କାର; ଘୋଷଣା ହୋଇପାରେ ଆଉ ଏକ ତାରିଖ।

 

୧୬-ଇରାନ ଯୁଦ୍ଧରେ ପ୍ରାଣ ହରାଇଥିବା ଚାରି ଆମେରିକୀୟ ସୈନିକଙ୍କ ଫଟୋ ଜାରି କଲା ପେଣ୍ଟାଗନ୍।

 

୧୭-ପଶ୍ଚିମ ଏସିଆ ଯୁଦ୍ଧ ଏବେ ଦକ୍ଷିଣ ଏସିଆ ପର୍ଯ୍ୟନ୍ତ ପହଞ୍ଚିଲା: ଶ୍ରୀଲଙ୍କା ନିକଟରେ ଇରାନର ଯୁଦ୍ଧ ଜାହାଜକୁ ଟାର୍ଗେଟ୍ କରି ବୁଡାଇଲା ଆମେରିକା: ୮୭ ମୃତ।