February 22, 2025

ଆଧ୍ୟାତ୍ମିକ ପରିବେଶ ରେ ଆରମ୍ଭ ହେଲା ବାବା ଚଉବରଙ୍କ ବିଶ୍ଵଶାନ୍ତି ମହାଯଜ୍ଞ, କୁନି କୁନି ପିଲାମାନେ ଘଣ୍ଟ ବଜାଇ ନାଚକୁଦ କରି ଠାକୁର ଠାକୁରାଣୀ ମାନଙ୍କୁ ନେଇଛନ୍ତି ଯଜ୍ଞସ୍ଥଳକୁ l

Share

           ଆଧ୍ୟାତ୍ମିକ ପରିବେଶ ରେ ଆରମ୍ଭ ହେଲା ବାବା ଚଉବରଙ୍କ ବିଶ୍ଵଶାନ୍ତି ମହାଯଜ୍ଞ, କୁନି କୁନି ପିଲାମାନେ ଘଣ୍ଟ ବଜାଇ ନାଚକୁଦ କରି ଠାକୁର ଠାକୁରାଣୀ ମାନଙ୍କୁ ନେଇଛନ୍ତି ଯଜ୍ଞସ୍ଥଳକୁ l

ପୁରୀଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକ ଆଳୁପାଟଣା ଗ୍ରାମରେ ବାବା ଚଉବରଙ୍କ ପୀଠରେ ୭୦ତମ ବିଶ୍ଵଶାନ୍ତି ମହାଯଜ୍ଞ ମହାଡ଼ମ୍ବରରେ ଶୁଭାରମ୍ଭ କରାଯାଇଛି l ଏହା ଏଗାର ଦିନ ଧରି ଚାଲିବ l ପ୍ରଥମ ଦିନରେ ଆଳୁପାଟଣା ଗ୍ରାମବାସୀ ଭାଗବତ ଦେବାୟ, ମା ଜାଗେଶ୍ବରୀ, ରଘୁନାଥ ଦେବ, କାଳିଜାଇ, ଗ୍ରାମଦେବତୀ, ଉଗ୍ରତାରା, ମହାବୀର ଦେବ ଓ ଯଜ୍ଞଶ୍ୱର ଦେବଙ୍କୁ ବିରାଟ ପଟୁଆର ରେ ଝାଞ୍ଜ କୀର୍ତ୍ତନ ମୃଦଙ୍ଗ ର ତାଳେତାଳେ ନୃତ୍ୟ କରିକରି ବାବା ଚଉବରଙ୍କ ପୀଠ ଯଜ୍ଞସ୍ଥଳ କୁ ନେଇଥିଲେ l ଯଜ୍ଞସ୍ଥଳରେ ଦେବୀ ଓ ଦେବତା ମାନଙ୍କୁ ନେଇ ବସାଇବା ପରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମ କରାଯାଇଥିଲା l ଏହି ବିଶ୍ଵଶାନ୍ତି ମହାଯଜ୍ଞ ଏଗାରଦିନ ଧରି ଚାଲିବ l ଏଠାରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ପାଇଁ ମାଗଣା ପ୍ରସାଦ ସେବନ ର ବ୍ୟବସ୍ଥା କରାଯିବା ସହିତ ବାଦୀପାଲା, ଓଡିଶୀ ନୃତ୍ୟ, ଭଲିବଲ, କ୍ରିକେଟ ଟୁର୍ନାମେଣ୍ଟ ସହିତ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି l କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଆଳୁପାଟଣା ଗ୍ରାମରେ ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ଯୁବତୀ, ମହିଳା ଓ ପୁରୁଷ, ଏପରିକି ବୃଦ୍ଧ ବୃଦ୍ଧାଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜନିଜର ଦାଣ୍ଡଦୁଆରେ କଳସ ବସାଇବା ସହିତ ଝୋଟି ପକାଇ ଘଣ୍ଟଘଣ୍ଟା ବଜାଇ ନାଚଗୀତ ରେ ମଜି ରହୁଛନ୍ତି l ଆଳୁପାଟଣା ଗ୍ରାମଟି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହିତ ଦେବଭୂମି ଭାବେ ପ୍ରସ୍ଫୁଟିତ ହୋଇଛି l ଆଶ୍ଚର୍ଯ୍ୟର ବିଷୟ ଏହି ଗ୍ରାମରେ ଏଗାର ଦିନ ପର୍ଯ୍ୟନ୍ତ ଆମିଷ ପଶିବ ନାହିଁ, ପିଆଜ ରସୁଣ ବ୍ୟବହାର ନିଷେଧ କରାଯିବା ସହିତ ଆବାଳ ବୃଦ୍ଧବନିତା ମୋବାଇଲ ଠାରୁ ଦୁରେଇ ରହି ବିଶ୍ଵଶାନ୍ତି ମହାଯଜ୍ଞ ରେ ନିଜକୁ ନିୟୋଜିତ ରଖିବା ସହିତ ପରିବେଶକୁ ଶୃଙ୍ଖଳିତ ରଖିବାରେ ସହଯୋଗ କରିବେ l ଏଥିସହିତ ମଦ୍ୟପାନ କରି ଆସୁଥିବା ବ୍ୟକ୍ତି ମାନଙ୍କୁ ଯଜ୍ଞସ୍ଥଳକୁ କେବଳ ନୁହେଁ ଆଳୁପାଟଣା ଗ୍ରାମକୁ ପ୍ରବେଶ କରାଇ ଦିଆଯିବନାହିଁ ବୋଲି ଗ୍ରାମ ସଭାପତି ରବୀନ୍ଦ୍ର କୁମାର ଜେନା ଜଣାଇଛନ୍ତି l ଏହି ଏଗାରଦିନର କାର୍ଯ୍ୟକ୍ରମକୁ ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ଅଧକ୍ଷତାରେ ପ୍ରଦୀପ କୁମାର ଜେନା, ସଂଗ୍ରାମ କେଶରୀ ଜେନା, ଯୁବରାଜ ସାମନ୍ତରା, ରବିନ୍ଦ୍ରନାଥ ଜେନା, ସୁରେନ୍ଦ୍ର କୁମାର ଜେନା, ପୂର୍ଣଚନ୍ଦ୍ର ଜେନା, ଶିଶିର ବେହେରା ଓ ସୁନଜ ଜେନାଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଭ୍ୟାସଭ୍ୟ ଓ ଆଳୁପାଟଣା ଗ୍ରାମବାସୀବୃନ୍ଦ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l