ଉମରକୋଟ ଠାରେ ନୂତନ ବିଜେପି ଜିଲ୍ଲା ସଭାପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା……

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ନୂତନ ଭାବେ ମନୋନିତ ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରି ଦାସ ଙ୍କୁ ଉମରକୋଟ ଠାରେ ଦଳୀୟ କର୍ମୀଙ୍କ ପକ୍ଷରୁ ଆଜି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଜେପି ର ଶତାଧିକ କର୍ମୀ ନୂତନ ସଭାପତି ଙ୍କୁ ଏକ ବିରାଟ ଶୋଭାଯାତ୍ରା ରେ ଡି ଏନ୍ କେ ଛକ ଠାରୁ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ।ଛଟି ନେଇ ଥିଲେ। ଦଳୀୟ କାର୍ଯ୍ୟାଳୟ ଠାରେ ଦଳ ପକ୍ଷ ରୁ ପୁଷ୍ପ ଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା। ମୁଖ୍ୟ ଅତିଥି ଭାବରେ ଗଣ ଶିକ୍ଷ୍ୟା ମନ୍ତ୍ରୀ ନିତ୍ୟାନନ୍ଦ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଗୌରୀ ମାଝି, ଝରିଗାଁ ବିଧାୟକ ନରସିଂହ ଭତ୍ର। ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ରାଜ୍ୟ ସଂମ୍ପାଦକ ତଥା କଳାହାଣ୍ଡି ଜିଲ୍ଲା ପ୍ରଭାରୀ, ରମେଶ ଚନ୍ଦ୍ର ସାହୁ ,ପୂର୍ବତନ ଜିଲ୍ଲା ସଭାପତି ତଥା ନୂଆପଡା ଜିଲ୍ଲା ପ୍ରଭାରୀ, ଗୋବିନ୍ଦ ଜୈନ ,ପୂର୍ବତନ ଜିଲ୍ଲା ସଭାପତି ଜଗଦୀଶବିଷୟି ,ପୂର୍ବତନ ଏନ ଏ ସି ଅଧ୍ୟକ୍ଷ ପି ରାବଣା ରାଓ ,ଜିଲ୍ଲା ସାଧାରଣ ସମ୍ପାଦକ, ଅଚ୍ୟୁତ ବିଷୟି ,ଜିଲ୍ଲା ମହିଳା ମୋର୍ଚା ସଭାନେତ୍ରୀ ସର୍ମିଷ୍ଟା ଦେଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା, ବାସନ୍ତୀ ମାଝୀ ସୁରେଶ ଆଚାର୍ଯ୍ୟ ,ଜିଲ୍ଲା ସମ୍ପାଦକ ରାମ ନାୟକ ପ୍ରମୁଖ ମଞ୍ଚାସିନ ରହିବ ସହ ଭାଷଣ ପ୍ରଦାନ କରିଥିଲେ।ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ। ମନ୍ତ୍ରୀ ନିଜ ଅଭିଁ ଭାଷଣରେ ରାଜ୍ୟ ସରକାର ଙ୍କ ସମସ୍ତ ଯୋଜନା ଉପରେ ଆଲୋକପାତ କରିବା ସହ ଯୋଜନା ଗୁଡ଼ିକ ସମାଜ ର ଶେଷ ବ୍ୟକ୍ତି ଙ୍କ ନିକଟରେ ପହଞ୍ଚାଇବା ପ୍ରତ୍ୟେକ କର୍ମୀ ଙ୍କ ଦାୟିତ୍ୱ ବୋଲି କହିବା ସହ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସାଧାରଣ ଜନତା ଙ୍କୁ ମିଶି ଲୋକ ଙ୍କ ସମସ୍ୟା ଉପରେ ଅବଗତ ହେଉଛନ୍ତି ବୋଲି କହିଛନ୍ତି। ନୂତନ ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ ଆଗାମୀ ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଠାରୁ ସମସ୍ତ କର୍ମୀ ଏକ ଜୁଟ ହେଇ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେବ। ସହ ନିର୍ବାଚନରେ ଦଳୀୟ କର୍ମୀଙ୍କୁ ବିଜୟ କରାଇବା ପାଇଁ ଶପଥ ନେବା ପାଇଁ ଅନୁରୋଧ କରିଥିଲେ।