May 10, 2026
IMG-20250205-WA0012
Share

 

ବଲାଙ୍ଗୀର ( ଦେବାଶିଷ ଦାଶ )

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଜବତ ହୋଇଛି ଏହି ବୋମା । ପ୍ରତିଦିନ ଆସୁଥିବା ରେଳ ୱାଗନ୍ ଯାଞ୍ଚ ହୁଏ ।

ଏହିକ୍ରମରେ ରେଳବାଇ ବିଭାଗ ରେଳ ୱାଗନ୍ କଣ୍ଟାବାଞ୍ଜି ରେଳ ଷ୍ଟେସ୍‌ନକୁ ଆସିଥିଲା। ଏଥିରେ ଏକ ରେଳ ଡବାରେ ୧୨ଟି ବୋମା ଥିବା ଅଧିକାରୀମାନେ ଦେଖିବାକୁ ପାଇଥିଲେ । ତେବେ ଏହାକୁ ଜବତ କରି ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି। ବୋମା ରେଳ ଡବାର ୱାଗନ୍ ଭିତରକୁ କେମିତି ଆସିଲା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

 

ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ଷ୍ଟେସନ୍ ମ୍ୟାନେଜର ଫୋନ ଯୋଗେ କହିଛନ୍ତି ଯେ, ଆମକୁ କୌଣସି ତଥ୍ୟ ଦେବାକୁ ମନା କରା ଯାଇଛି। ଯାହାର ବୋମା ଥିଲା ଆମେ ତାଙ୍କୁ ଫେରାଇ ଦେଇଛୁ। ସୂଚନା ଥାଉ କି, ଏହି ବୋମା ୧୫୫ ଏମ୍‌ଏ୍‌ମ ୧୨ଟି ବୋମା ଥିଲା। ଏହି ବୋମା ବୋଫର୍ସ ତୋବ(ଟ୍ୟାଙ୍କ) ଯାହା ଭାରତୀୟ ସେନା ବ୍ୟବହାର କରନ୍ତି। ତେବେ ଏଭଲି ଜୀବନ୍ତ ବୋମା ସୁରକ୍ଷା ବିହୀନ ଅବସ୍ଥାରେ ରେଳ ୱାଗନ୍ ଡବାକୁ ଆସିଲା କେମିତି ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ବୋମାଟି ସଇଁତଳା ବଡମାଳ ଗୋଲାବାରୁଦ କାରଖାନାର ବୋଲି ମଧ୍ୟ ରେଲବାଇ ବିଭାଗ ଜାଣିଛି । ଏହା ପରେ ବଡମାଳର ଅଧିକାରୀଙ୍କ ସହ ଆଲୋଚନା କରି ଉକ୍ତ ବୋମାକୁ ଫେରାଇ ମଧ୍ୟ ଦିଆଯାଇଥିବା ଜଣାପଡିଛି। ତେବେ ଏଭଲି ଟ୍ରେନର ୱାଗନରେ ଜୀବନ୍ତ ବୋମା ଜବତ ହେବା ଘଟଣା ଅଞ୍ଚଳବାସୀ ସହଜରେ ଗ୍ରହଣ କରୁ ନ ଥିବାବେଳେ ବଡ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ।