November 23, 2024

ହାତୀପଲର ଉପଦ୍ରବରେ ବ୍ଯାପକ ଫସଲ ନଷ୍ଟ , ଚାଷୀ ହତାଶ

Share

ବୁଗୁଡା : ତା ୦୫/୦୨/୨୩ : ବୁଗୁଡା ବନାଞ୍ଚଳରେ ହାତୀ ଉପଦ୍ରବରେ ଫସଲ ହାନି ଏକ ସାଧାରଣ ଘଟଣା ପାଲଟି ଥିବା ବେଳେ ଭଗବାନପୁର ସେକ୍ସନ ନୁଆଁ ପଲ୍ଲୀ ବିଟ୍ ସିଙ୍ଗିପୁର ଅଞ୍ଚଳର ଛଚିନି ପଡିଆ ଗହିରମାଳରେ ଗତ ରାତ୍ରରେ ୧୨ ଟିକିଆ ହାତୀପଲର ଉପଦ୍ରବରେ ମକା ଏବଂ ପରିବା ଚାଷ ଉଜୁଡି ଯାଇଥିବା ଦେଖିବାକୁ ମିଳିଛି । ଏଥିରେ ନେତ୍ର ଉତ୍ସବ ନାୟକ, ବାସୁଦେବ ନାୟକ, ଲିଙ୍ଗରାଜ ନାୟକ, ବଂଶୀଧର ନାୟକଙ୍କ ପ୍ରାୟ ୨ ଏକର ଜମିର ଫସଲ ନଷ୍ଟ ହୋଇଛି । ଗଛ ଉପରେ ମଞ୍ଚା କରି ଜଗିଥିବା ଚାଷୀ ହାତୀମାନଙ୍କୁ ଘଉଡ଼ାଇ ଥିଲେ ବି ଜମିରେ ଥିବା ପରିବା ଓ ମକା ଫସଲକୁ ହାତୀପଲ ଖାଇବା ସହ ଦଳାଚକଟା କରିବା ଦ୍ୱାରା ବ୍ଯାପକ ଫସଲ ହାନି ଘଟିଛି । ଅନ୍ୟପକ୍ଷରେ ହାତୀ ଜଙ୍ଗଲରେ ରହିଥିବା କିମ୍ବା ହାତୀପଲ ଜନବସତି ମୁହାଁ ହେଉଥିବା ସମ୍ପର୍କେ ବନ ବିଭାଗ ପକ୍ଷରୁ କୌଣସି ପ୍ରାକ୍ ସୂଚନା ମିଳୁ ନଥିବା ସହ ରାତ୍ରିକାଳୀନ ପ୍ରହରା ହେଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତେବେ ଖବର ପାଇ ବନପାଳ ଭୋଳେଶ୍ୱର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ଫେରି ଥିବା ଜଣା ଯାଇଛି।