March 7, 2026

ପିଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ବେଗୁନିଆ, ଖୋର୍ଦ୍ଧା ପ୍ରତିଷ୍ଠା ଦିବସ ପାଳିତ

IMG-20260105-WA0022
Share

 

ବେଗୁନିଆ ବ୍ଳକ(ଉପାନ୍ତ ଖବର ମାନସ ରଞ୍ଜନ କର)ବେଗୁନିଆତା :04/01: ରବିବାର ଦିନ ପିଏମ୍ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର 82 ତମ ପ୍ରତିଷ୍ଠା ଦିବସ ସମାରୋହ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସ୍ମୃତିସ୍ମିତା ବେହେରାଙ୍କ ପୌରହିତ୍ୟରେ ଏବଂ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ଅବାହକତ୍ୱରେ ଉକ୍ତ ଉତ୍ସବରେ ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷ ପୁଷ୍ପଲତା ଜୟସିଂହ ମୁଖ୍ୟ ଅତିଥି,ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଅଧ୍ୟକ୍ଷ ମାୟାଧାର ମାର୍ଥା, ବିଦ୍ୟାଳୟ ପରିଚାଳନା ପରିଷଦର ଉପାଧ୍ଯକ୍ଷ ସର୍ବେଶ୍ବର ସାହୁ ଓ ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଉପାଧ୍ୟକ୍ଷ ଭବାନୀ ଶଙ୍କର ଜୟସିଂହ ସଭ୍ୟ ଜୟଦେବ ବେହେରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ |ଶିକ୍ଷକ ପ୍ରଭାତ କୁମାର ନିଶଙ୍କ ଓ ଶିକ୍ଷୟତ୍ରୀ ଆଶା ମୁର୍ମୁ, ଶୁଭଲକ୍ଷ୍ମୀ ସାହୁ, ସୁନିତା ପୃଷ୍ଟି ଯୋଗଦେଇ ବିଦ୍ୟାଳୟ ପ୍ରତିଷ୍ଠା ସମ୍ବନ୍ଧୀୟ ତଥ୍ୟ ଆଲୋଚନା କରିଥିଲେ । ବିଦ୍ୟାଳୟ ପରିସରରେ ସ୍ଥାପିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତି ମୂର୍ତିରେ ମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା । ପରିଶେଷରେ ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିରଞ୍ଚି ନାରାୟଣ ସାବୁ ଓ ବିଶ୍ବରଞ୍ଜନ ପରିତା ଭକ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।