ତୈଳୀକ ବୈଷ୍ୟ ସମାଜ ପକ୍ଷରୁ ୫୬ ତମ ବନ୍ଧୁ ମିଳନ ଓ ସାମୁହିକ ପହିଲି ଭୋଗ ସେବନ ଉତ୍ସବ ଅନୁଷ୍ଠିତ ..
ଆଜି ବ୍ରହ୍ମପୁର ସ୍ଥିତ କାଶୀ ବିଶ୍ଵନାଥ ମନ୍ଦିର ପରିସର ମଧ୍ୟରେ ମହୁରୀ ତାଲୁକା ତୈଳକ ବୈଶ୍ୟ ସମାଜ ପକ୍ଷରୁ ୫୬ତମ ବନ୍ଧୁ ମିଳନ ଓ ସାମୁହିକ ପହିଲି ଭୋଗ ସେବନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଜାତି କୁଳ ବେହେରା ମୁଖ୍ୟ ମଧୁସୂଦନ ବେହେରା ସଭାପତିତ୍ବ କରିଥିଲେ। ସମ୍ପାଦକ ଭଗବାନ ସାହୁ, ଯୁଗ୍ମ ସମ୍ପାଦକ ପୀତବାସ ସାହୁ, ଉପ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଉଦୟନାଥ ସାହୁ ସଭା ପରିଚାଳନା କରିଥିଲେ। ଅତିଥି ଭାବେ ବିକ୍ରମ ପଣ୍ଡା, ଚନ୍ଦ୍ର ଶେଖର ସାହୁ ଉପସ୍ଥିତ ରହି ଭୋଗ ସେବନ କରିବା ସହ ଜାତିର ମଙ୍ଗଳ କାମନା କରିଥିଲେ। ଏଥିରେ ୨୨ ତାଲୁକର ବେହେରା ଓ ଭଲ ଭାଇ ମାନେ ଉପସ୍ଥିତ ରହି ଜାତିର ଉନ୍ନତି କିଭଳି କରାଯିବ ସେ ସମ୍ପର୍କରେ ବିଭିନ୍ନ ଯୋଜନା ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପହିଲି ଭୋଗ ଆରମ୍ଭ ପୂର୍ବରୁ ଗାୟତ୍ରୀ ମନ୍ତ୍ର ପାଠ କରାଯାଇଥିଲା। ସ୍ଥାନୀୟ ବେଦ ଶାଳାର ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ବେଦ ପାଠ ଅନୁଷ୍ଠିତ ହୋଇଥିଲା। ଜାତିର ସମନୋୟ ପାଇଁ ପରିଚୟ ପୁସ୍ତିକା ଉନ୍ମୋଚନ ହୋଇଥିବା ଦେଖିବାକୁ ମିଳିଥିଲା। ଜାତିର ମୁଖ୍ୟ ମଧୁସୂଦନ ବେହେରା ଙ୍କ ଦ୍ଵାରା ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଭଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଜାତି ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ପରିଚାଳନା ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ଘନଶ୍ୟାମ ସାହୁ, ଗୋବିନ୍ଦ ସାହୁ, ଗଣେଶ ସାହୁ, ବିଜୟ ସାହୁ, ପ୍ରକାଶ ସାହୁ, ପଦ୍ମ ଚରଣ ସାହୁ, ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହାୟତା କରିଥିବା ଦେଖିବାକୁ ମିଳିଥିଲା।