January 7, 2025

ଏମ.ଏସ.ଏକାଡେମୀ ରେ ବ୍ଲକ ସ୍ତରୀୟ ଦକ୍ଷତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ l

Share

ତିର୍ତ୍ତୋଲ

ଜଗତସିଂହପୁର ଜିଲ୍ଲାର ପ୍ରତ୍ୟେକ ଶିକ୍ଷାର୍ଥୀ ମାନଙ୍କର ଦକ୍ଷତା ବିଶିଷ୍ଟ ମୂଲ୍ୟାୟନ,ବିଭିନ୍ନ ବ୍ଲକ ସ୍ତରୀୟ ସମସ୍ତ ଶିକ୍ଷା ମଣ୍ଡଳ ଅଧୀନରେ ଆୟୋଜିତ ହେଉଥିବା ବେଳେ, ତିର୍ତ୍ତୋଲ ବ୍ଲକ ଶିକ୍ଷାମଣ୍ଡଳ ଅଧୀନରେ ମଣି ଚରଣ ସାରଳା ଏକାଡେମୀ ବିଦ୍ୟାଳୟ ମଧ୍ୟରେ, ଅନୁଷ୍ଠିତ ହୋଇଯାଇଛି ଏହିପରି ଦକ୍ଷତା ବିକାଶ କାର୍ଯ୍ୟକ୍ରମ l ଏହି କାର୍ଯ୍ୟକ୍ରମ ରେ “ପ୍ରବାସୀ ଭାରତୀୟଙ୍କ ସଫଳତା ଏବଂ ଭାରତର ଉନ୍ନତି ରେ ସେମାନଙ୍କର ଅବଦାନ ” ବିଷୟ ଉପରେ ସାଧାରଣ ଜ୍ଞାନ , ପୋଷ୍ଟର ଉପସ୍ଥାପନା, ରଚନା ଲିଖନ ଆଦି ଉଭୟ ଓଡ଼ିଆ ଓ ଇଂରାଜୀରେ ଲିଖିତ ଭାବେ କରାଯାଇ ଥିବାର ଦେଖିବାକୁ ମିଳିଥିଲା l ୮ମ, ୯ମ ଓ ୧୦ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଇଂରାଜୀ /ଓଡ଼ିଆରେ ରଚନା ଲିଖନ ଓ ପୋଷ୍ଟର ଉପସ୍ଥାପନା ବିଷୟ ରଖାଯାଇ ଥିବା ବେଳେ,ଏକାଦଶ, ଦ୍ୱାଦଶ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୋଷ୍ଟର ଉପସ୍ଥାପନା ସହିତ ସାଧାରଣଜ୍ଞାନ ପ୍ରତିଯୋଗିତା ରଖାଯାଇଥିଲା l ତିର୍ତ୍ତୋଲ ବ୍ଲକ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ପ୍ରାୟ ୫୦ ରୁ ଅଧିକ ଛାତ୍ରଛାତ୍ରୀ ଉକ୍ତ ଦକ୍ଷତା ବିକାଶ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ କୁ ଉପ-ଶିକ୍ଷାଧିକାରିଣୀ ତଥା ବି.ଆର.ସି.

ବିଷ୍ନୁପ୍ରିୟା ଦେବୀ ଏବଂ ଆଖଣ୍ଡଳ କ୍ଲଷ୍ଟର ର ସି.ଆର.ସି.ସି. ଦୀପକ କୁମାର ମହାନ୍ତି ଙ୍କ ତତ୍ୱାବଧାନ ରେ ପରିଚାଳନା ଗତ

ସକ୍ରିୟ ସହଯୋଗ କରିଥିଲେ । ସମସ୍ତ କ୍ଳଷ୍ଟର ର ସି.ଆର.ସି.ସି. ଯଥା ରଶ୍ମି ରଞ୍ଜନ ନାୟକ,ପ୍ରଣବ କୁମାର ସାହୁ,ଚିତ୍ତରଞ୍ଜନ ଦାସ,ରାଜେଶ ଖଟୁଆ,ସଞ୍ଜୟ କୁମାର ବାରିକ,ଦୀପକ କୁମାର ବିଶ୍ୱାଳ, ସ୍ମୃତି ରଞ୍ଜନ ନାୟକ ପ୍ରମୁଖ ଅନ୍ୟ ପଦାଧିକାରୀ ମାନେ l ଏକ ଘଣ୍ଟା ଅବଧିର ଏହି ପ୍ରତିଯୋଗିତା ସଫଳତାର ସହିତ ଶେଷ ହୋଇ ଥିବା ବେଳେ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀ ଜିଲ୍ଲା ସ୍ତରକୁ ଚୟନ ହେବେ ବୋଲି ପ୍ରତିଯୋଗୀତା ର ମୁଖ୍ୟ ପରିଚାଳକ ଦୀପକ କୁମାର ମହାନ୍ତି ଆମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରିଥିଲେ ।

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ , ନିୟୁଜ ଉପାନ୍ତ ଖବର…।