January 8, 2025
Share

 

୧-ଶୀତରେ କଲବଲ ସାରା ରାଜ୍ଯ : ୧୦ ଡିଗ୍ରୀ ତଳେ ରାଜ୍ୟର ୯ ସହରର ତାପମାତ୍ରା।

୨-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ମନୋଜ ସାହୁଙ୍କୁ ମିଳିଲା ନିଯୁକ୍ତି।

୩-ସୃଷ୍ଟି ହେବ ୨୦୦୦ ଟ୍ରାଫିକ ପୁଲିସ୍ ପଦ, ଚଳିତ ବର୍ଷ ନିଯୁକ୍ତ ହେବେ ୫୦୦ ଟ୍ରାଫିକ ପୁଲିସ୍।

୪-ଜାନୁଆରୀ ୧୫ ପରେ ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା- ଉପମୁଖ୍ୟମନ୍ତ୍ରୀ

୫-କଟକରେ ବୁଲିବେ ପ୍ରବାସୀ ଭାରତୀୟ, ବନ୍ଦୋବସ୍ତ ତଦାରଖ କଲେ ନଗର ଉନ୍ନୟନ ମନ୍ତ୍ରୀ।

୬-କଟକ ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଚୋରି,ଠାକୁରଙ୍କ ଚାନ୍ଦି ମୁକୁଟ ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁବୃର୍ତ୍ତ।

୭-ସପ୍ତାହରେ ସୁନା ବଢ଼ିଛି ୧ ହଜାରୁ ଅଧିକ, ରୁପାରେ ୨୯୦ ଟଙ୍କା ବୃଦ୍ଧି: ବର୍ଷକରେ ଉଭୟ ଧାତୁର ମୂଲ୍ୟ ୧୨ ହଜାରୁ ଅଧିକ ବଢ଼ିଛି।

୮-ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ।ଦୁର୍ଘଟଣା ହ୍ରାସ ପାଇଁ ଏହି ପଦକ୍ଷେପ ନିଆଯିବ।

୯-ପର୍ଯ୍ୟଟନ ପାଇଁ ବ୍ୟବହାର ହେବ ଡବଲ ଡେକର୍‌‌ ଓ ନୂଆ ମୋ ବସ୍‌‌।

୧୦-ପାଣିକୋଇଲି ପଣ୍ଡା ଅଳଙ୍କାରରେ ବନ୍ଧୁକ ଫୁଟାଇ ଲୁଟ ଉଦ୍ୟମ, ୨ ମୃତ, ଦୁଇ ଅଭିଯୁକ୍ତ ଅଟକ।

୧୧-କିମ୍ସ ହସ୍ପିଟାଲ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସଫଳ, ରୋଗୀ ସମ୍ପୂର୍ଣ ସୁସ୍ଥ।

୧୨-ଆଜିଠୁ ପର୍ଯ୍ୟଟକଙ୍କୁ ସାତକୋଶିଆ ମନା, ୧୪ରୁ ଭିତରକନିକା ବନ୍ଦ।

୧୩-୧୬ ଜାତୀୟ ରାଜପଥ ଟାଙ୍ଗି ଚାନ୍ଦପୁର ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ।

୧୪-ବୌଦ୍ଧ: କରଞ୍ଜକଟା ଗ୍ରାମ, ୱାରେଣ୍ଟି ଭିତରେ ହଇରାଣ କଲା କମ୍ପାନୀ, ଖାଉଟି ଅଦାଲତ ନିର୍ଦ୍ଦେଶରେ ଘରେ ପହଞ୍ଚିଲା AC।

୧୫-ରକେଟ ବେଗରେ ଆଗକୁ ବଢିବ ଦକ୍ଷିଣ ଓଡ଼ିଶା: ୭ ଜିଲ୍ଲାକୁ ନେଇ ଗଠନ ହେବ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ।

୧୬-ଭୁବନେଶ୍ୱର : ଆସନ୍ତା ୮ ତାରିଖରେ ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,୯ ତାରିଖରେ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ।

୧୭-୨୭ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ପ୍ରବାସୀ ଭାରତୀୟ ସମ୍ମାନ, ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

୧୮-ସ୍ପେଡେକ୍ସ ମିଶନରେ ଆଗକୁ ବଢୁଛି ଇସ୍ରୋ; ମହାକାଶରେ ଗଜାହେଲା ଝୁଡ଼ଙ୍ଗ ମଞ୍ଜି, ଖୁବଶୀଘ୍ର ଆସିବ ପତ୍ର।

୧୯-୧୮ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ କଟକଣା, ଦରକାର ହେବ ଅଭିଭାବକଙ୍କ ଅନୁମତି।ଏ ନେଇ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ୨୦୨୫ ।

୨୦-ବିଏସଏନଏଲ ଆଣିଲା ୨ଟି ନୂଆ ଶସ୍ତା ପ୍ଲାନ୍‌, ଏହାର ଦାମ୍‌ ୨୧୫ ଓ ୬୨୮ ଟଙ୍କା।

୨୧-ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୧ରେ ଅଲଆଉଟ୍‌, ଭାରତର ବ୍ୟାଟିଂ ଆରମ୍ଭ।

୨୨-ଅଗ୍ନିପଥ ଯୋଜନା ଅଧୀନରେ ଭାରତୀୟ ବାୟୁସେନା ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*