December 5, 2024

ପୁରୀରେ କାଳିଆ ଦର୍ଶନ କରି ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ହୀରକ ଜୟନ୍ତୀରେ ଯୋଗଦେଇ ନୌସେନା ଦିବସରେ ନୌସେନା ବାହିନୀର ଯୁଦ୍ଧ କୌଶଳ ଦେଖିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ..

Share

ଆଜି ସକାଳ ୯ଟା ୪୫ରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଲିକ୍ୟାପତ୍ର ରେ ଆସି ସମଙ୍ଗ ଠାରେ ଅବତରଣ କରି ଶ୍ରୀସେତୁରେ ଆସି ଶ୍ରୀଦାଣ୍ଡରେ ଯାଇ ସିଂହଦ୍ୱାର ନିକଟରେ ପହଞ୍ଚିଥିସହିତ ସିଂହଦ୍ୱାର ନିକଟରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ରାଷ୍ଟ୍ରପତିଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ l ପରେପରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ କାଳିଆ ଦର୍ଶନ କରିଥିଲେ l ଶ୍ରୀମନ୍ଦିର ରୁ ବାହାରିବା ପରେ ଅରୁଣ ସ୍ତମ୍ଭ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପଟ୍ଟଚିତ୍ର ପ୍ରଦାନ କରାଯାଇ ରାଷ୍ଟ୍ରପତିଙ୍କୁ ସମ୍ମାନିତ କରାଯାଇଥିଲା l ପରେପରେ ରାଷ୍ଟ୍ରପତି ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ହୀରକ ଜୟନ୍ତୀରେ ଯୋଗଦେଇଥିଲେ l ଆୟୁର୍ବେଦିକ ମହାବିଦ୍ୟାଳୟ ର ଅଧକ୍ଷ ଅରୁଣ କୁମାର ଦାସଙ୍କ ଅଧକ୍ଷତାରେ ହୀରକ ଜୟନ୍ତୀ ପର୍ବକୁ ଉଦଘାଟନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ସେଠାରୁ ରାଜଭବନ ଯାଇ ମଧ୍ୟାହ୍ନ ଭୋଜନ ସାରି ବ୍ଲୁଫ୍ଲାଗ ବିଚରେ ଚାଲିଥିବା ନୌସେନା ଦିବସ ଉର୍ତ୍ସବରେ ଯୋଗଦେଇ ନୌସେନା ପକ୍ଷରୁ କରାଯାଇଥିବା ଯୁଦ୍ଧ କୌଶଳ ଦେଖି ଆତ୍ମହରା ହୋଇପଡ଼ିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ପରେପରେ ଭୁବନେଶ୍ୱର ଫେରିଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ରପତିଙ୍କ ସହିତ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ସହିତ ରାଜ୍ୟର ମନ୍ତୀ ଓ ବିଧାୟକ ଏବଂ ସମସ୍ତ ସରକାରଙ୍କ ବରିଷ୍ଠ କର୍ମଚାରୀମାନେ ଯୋଗଦେଇଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed