April 20, 2025

ଆଳୁ ଦୋକାନ ରେ ଚଢ଼ାଉ, ଲାଗିଲା ରେଟ ଚାର୍ଟ 

Share

 

ଅସ୍ତରଙ୍ଗ୪/୧୨- – ବର୍ତ୍ତମାନ ସାରା ରାଜ୍ୟ ରେ ଆଳୁ କୁ ନେଇ ଚର୍ଚ୍ଚା ଜୋର ଚାଲିଛି, ଆଳୁ ଗରିବ ଙ୍କ ଠୁ ଆରମ୍ଭ କରି ଧନୀ ସମସ୍ତ ଙ୍କ ପ୍ରଧାନ ଖାଦ୍ୟ, ବିଭିନ୍ନ ଜଳଖିଆ ହଉ କି ଫାଷ୍ଟଫୁଡ ଆଳୁ ଉପରେ ରହିଛି ସଭିଙ୍କ ନଜର, କିନ୍ତୁ ଚଳିତ ବର୍ଷ ପଶ୍ଚିମବଙ୍ଗ ସରକାର ଓଡିଶା କୁ ଆଳୁ ରପ୍ତାନି ବନ୍ଦ କରିଦେବା ଦ୍ୱାରା ବର୍ତ୍ତମାନ ଆଳୁ ସଙ୍କଟ ବିଭିନ୍ନ ସ୍ଥାନ ରେ ଦେଖିବାକୁ ମିଳିଲା l ଗୋଟେ ପଟେ ଯୋଗାଣ ମନ୍ତ୍ରୀ ଙ୍କ କହିବା କଥା ଉତ୍ତରପ୍ରଦେଶ ଆଳୁ ପ୍ରଚୁର ପରିମାଣ ରେ ମଗାଯାଇଛି ଆଉ ଯେଉଁ ଆଳୁ ଷ୍ଟକ ରହିଛି ତାହାକୁ ଚଢା ଦର ରେ ଖାଉଟି ଙ୍କୁ ବିକ୍ରୟ ନକରିବା ପାଇଁ ନିର୍ଦ୍ଧେଶ କରାଯାଇଛି କିନ୍ତୁ ବର୍ତ୍ତମାନ ଅସ୍ତରଙ୍ଗ ଅଞ୍ଚଳ ରେ ବ୍ୟବସାୟୀ ମାନେ ଏହି ଆଳୁ ସଙ୍କଟ ର ଭରପୁର ଫାଇଦା ଉଠାଉଛନ୍ତି l ଅସ୍ତରଙ୍ଗ ଅଞ୍ଚଳ ରେ ଦୁଇ ଦିନ ମଙ୍ଗଳବାର ଓ ଶନିବାର ସାପ୍ତାହିକ ହାଟ ରେ ଆଳୁ ମୂଲ୍ୟ ୫୦ ରୁ ୬୦ ଟଙ୍କା ବିନିମୟ ରେ ବିକ୍ରି କରାଯାଇଛି, କେବଳ ସେତିକି ନୁହେଁ ଅନ୍ୟ ପରିବା ବ୍ୟବସାୟୀ ବି ହାଟ ପାଳି ଦର କୁ ନଜର ରେ ରଖି ଚଢା ଦର ରେ ବିକ୍ରି କରିଛନ୍ତି ଯାହାକୁ ନେଇ ଅସ୍ତରଙ୍ଗ ଅଞ୍ଚଳ ରେ ଗ୍ରାହକ ମାନଙ୍କ ମହଲ ରେ ବିଶେଷ ଅଶାନ୍ତିଜନକ ପରିସ୍ଥିତି ସୃଷ୍ଟି ହୋଇଛି, ଏହାକୁ ଦୃଷ୍ଟି ରେ ରଖି ଆଜି ଅସ୍ତରଙ୍ଗ ଯୋଗାଣ ବିଭାଗ ର ସ୍ୱତନ୍ତ୍ର ଟିମ୍ ଅସ୍ତରଙ୍ଗ ବଜାର ରେ ପରିବା ଦୋକାନ ମାନଙ୍କ ରେ ପହଞ୍ଚି ଅଚାନକ ରେଡ କରି ସେଠି ଆଳୁ ର ନିର୍ଦ୍ଧାରିତ ରେଟ ଚାର୍ଟ ମାରିଛନ୍ତି l ଦୋକାନ ମାନଙ୍କ ରେ ପହଞ୍ଚି ଆଳୁ ର ଦର ବୁଝିବା ସହିତ ଆଳୁ ରେଟ କୁ କମାଇଛନ୍ତି ଆଉ ଖାଉଟି ମାନଙ୍କୁ ମଧ୍ୟ ପଚାରି ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛନ୍ତି l ବଛା ଆଳୁ କିଲୋ ପ୍ରତି ୪୫ ଟଙ୍କା ଓ ଅବଚ୍ଛା ଆଳୁ କିଲୋ ପ୍ରତି ୪୦ ଟଙ୍କା ରେଟ ଧାର୍ଯ୍ୟ କରିବା ସହିତ ବ୍ୟବସାୟୀ ଙ୍କୁ ସିଲଟ ଓ ଚକ ଖଡି କିଣେଇ ପ୍ରତ୍ୟେକ ଦୋକାନ ଆଗରେ ରେଟ ଚାର୍ଟ ମାରିବା ସହିତ ବ୍ୟବସାୟୀ ଙ୍କୁ ତାଗିଦ କରିଛନ୍ତି, ଆଉ ଆଗାମୀ ଦିନ ରେ ଆଳୁ ଉପଯୁକ୍ତ ପରିମାଣ ରେ ଷ୍ଟକ ହାଉସ ରେ ପହଞ୍ଚିବା ପର୍ଯ୍ୟନ୍ତ ସରକାର ଙ୍କ ନିର୍ଦ୍ଧେଶ ମୁତାବକ ଆଳୁ ବିକ୍ରି କରିବାକୁ ବ୍ୟବସାୟୀ ଙ୍କୁ ପରାମର୍ଶ ଦେଇଛନ୍ତି ତା ସହିତ ଆଳୁ ସ୍ଥିତି ଠିକ ହେବା ପର୍ଯ୍ୟନ୍ତ ପ୍ରତ୍ୟକ ଦିନ ଯୋଗାଣ ବିଭାଗ ର ଟିମ୍ ବଜାର ରେ ବ୍ୟବସାୟୀ ଙ୍କ ଉପରେ ତୀକ୍ଷ୍ଣ ନଜର ରଖିବେ ବୋଲି ଅସ୍ତରଙ୍ଗ ଯୋଗାଣ ବିଭାଗ ଅଧିକାରୀ ଶିବ ପ୍ରସାଦ ମହାନ୍ତି ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି l

ଦୁଃଶାସନ ନାୟକ ଙ୍କ ରିପୋର୍ଟ