September 21, 2024

ମରଣ ଯନ୍ତା ପାଲଟିଛି ପ୍ରଧାନମନ୍ତ୍ରୀ ସଡ଼କ, କୁମ୍ଭକର୍ଣ୍ଣ

Share

[ମରଣ ଯନ୍ତା ପାଲଟିଛି ପ୍ରଧାନମନ୍ତ୍ରୀ ସଡ଼କ, କୁମ୍ଭକର୍ଣ୍ଣ
ନିଦ୍ରାରେ ଗ୍ରାମ୍ୟ ଉନ୍ନୟନ ବିଭାଗ
ବୁଗୁଡ଼ା : ତା ୦୪/୧୨/୨୩ : ରାସ୍ତା ପାଲଟିଛି
ମରଣଯନ୍ତା । ବାରମ୍ବାର ଅଭିଯୋଗ ସତ୍ତ୍ବେ ହେଉନି
ମରାମତି | ଖୁବ ଶୀଘ୍ର ଏହି ରାସ୍ତାର ମରାମତି କରାଯିବ
ବୋଲି ଦାୟିତ୍ବରେ ଥିବା ବିଭଗୀୟ ଯନ୍ତ୍ରୀ କହୁଥିଲେ
ମଧ୍ୟ ଏଯାଏଁ ରାସ୍ତାର ମରାମତି କାର୍ଯ୍ୟ ହେଉନଥିବାରୁ
ଜନ ଅସନ୍ତୋଷ ତେଜିବାରେ ଲାଗିଛି । ବୁଗୁଡ଼ା ଠାରୁ
ଆମ୍ବପୁଆ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ
ନିର୍ମିତ ଏହି ରାସ୍ତାର ମରାମତି ଓ ରକ୍ଷଣା ବେକ୍ଷଣ ପାଇଁ
କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା
କୁହାଯାଉଥିଲେ ହେଁ କେବଳ କାଗଜ କଲମରେ ରାସ୍ତା
ମରାମତି ଦେଖାଇ ଯନ୍ତ୍ରୀ ଓ ଠିକାଦାରଙ୍କ ମିଲିଭଗତରେ ଲକ୍ଷାଧୂକ ଟଙ୍କା ଚଳୁ ହେଉଥିବାରୁ ରାସ୍ତାର ଅବସ୍ଥା ସୁଧୁରୁ ନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଶେଷ କରି ବୁଗୁଡ଼ା ଠାରୁ ମୋଟାବାଡ଼ି ପର୍ଯ୍ୟନ୍ତ ପ୍ରାୟ ୧୨ କିଲୋମିଟର ରାସ୍ତାର ବାରିକପଲ୍ଲୀ ଠାରୁ ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । ରାସ୍ତା ସାରା ବଡ ବଡ ଖାଲଖମା ସାଙ୍ଗକୁ ରାସ୍ତା ଉପରେ ପାଣି ଜମି ରହୁଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣାମାନ ଘଟୁଛି। ଏଠି ରାସ୍ତାରେ ଖାଲ ନୁହେଁ ବରଂ ଖାଲ ଭିତରେ ରାସ୍ତା ବୋଲି ଲୋକେ କହୁଛନ୍ତି । ଏହି ରାସ୍ତା ଉପରେ ନାଗିରି, ଠଣାପଲ୍ଲୀ, ଡାକରାବାଡ଼ି,ଝାଟିକାପଲ୍ଲୀ, ମୋଟାବାଡ଼ି ଆଦି ଗ୍ରାମର ଲୋକ ବୁଗୁଡ଼ାରେ ଥିବା ବିଭିନ୍ନ କାର୍ଯ୍ୟାଳୟ ଓ ବ୍ୟାଙ୍କକୁ ଆସୁଥିବା ବେଳେ ଶହ ଶହ ଛାତ୍ରଛାତ୍ରୀ ସ୍କୁଲ, କଲେଜ, ଟ୍ୟୁସନ ଆସିବା ପାଇଁ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ତେବେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ଯୋଗୁଁ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥ୍ ସହ ବିଭିନ୍ନ କାମରେ ଭଞ୍ଜନଗର ଉପଖଣ୍ଡକୁ ଯିବାକୁ ଏହି ରାସ୍ତା ଉପରେ ଅନେକ ଲୋକ ନିର୍ଭର କରୁଛନ୍ତି । ପ୍ରତିଦିନ ଏହି ରାସ୍ତାରେ ଦୁଇ ଚକିଆ ଠାରୁ ଆରମ୍ଭ କରି କାର, ବସ, ଟ୍ରକ, ଟ୍ରାକ୍ଟର ମଧ୍ୟ ଯାତୟାତ କରୁଛି । କିନ୍ତୁ, ରାସ୍ତା ସାରା ଖାଲଖମା ଯୋଗୁଁ ଗାଡି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଯାତ୍ରୀମାନେ ମଧ୍ୟ ଅସନ୍ତୋଷ ଜାହିର କରୁଛନ୍ତି । ତେବେ ଏହି ମରଣଯନ୍ତା ସଦୃଶ ରାସ୍ତାର ପୁନଃ ନିର୍ମାଣ ପାଇଁ ଟେଣ୍ଡର ଆଉ ଏଗ୍ରିମେଣ୍ଟ ହୋଇଯାଇଛି ଏବଂ ଅତି ଶୀଘ୍ର କାମ ଆରମ୍ଭ ହେବ ବୋଲି ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ସ୍ବାଇଁ ପ୍ରକାଶ କରିଛନ୍ତି ।