March 10, 2026
IMG-20231203-WA0048
Share

ବେଗୁନିଆରେ ମହିଳା ସମାବେଶ

ବୋଲଗଡ,୦୩/୧୨ (ଉପାନ୍ତ ଓଡିଶା) ବେଗୁନିଆ ମିନି ଷ୍ଟାଡିଅମ ଠାରେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଜେପି ପକ୍ଷରୁ ଆୟୋଜିତ ଏହି ସମାବେଶ ରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିଲେ ରାଜ୍ୟ ମହିଳା ସଭାପତି ମୌସୁମୀ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ସାଂସଦ ଅପରାଜିତା ଷଢଙ୍ଗୀ ଯୋଗଦେଇ ମହିଳା ମାନଙ୍କ ହାତକୁ କାମ ଯୋଗାଇ ଦେବାକୁ ଦାବି କରିଥିଲେ। ରାଜ୍ୟରେ ମିଶନ ଶକ୍ତି ମାଳ ମାଳ ହେଲେ ମହିଳାଙ୍କ ହାତରେ କାମନାହିଁ ଫଳରେ ସୁଧ ବେପାରୀଙ୍କ ଠାରୁ ୯୦%ସୁଧ ଦେଇ ମହିଳା ହତାଶ। ରାଜ୍ୟରେ ଜବରଦଖଲ ବୃଦ୍ଧି ପାଉଛି ଏଣୁ ଚାଷୀ କ୍ଷେତ କୁ ପାଣି ପହଂଚି ପାରୁନାହିଁ। ଗ୍ରାମରେ ସାମୁହିକ କାର୍ଯ୍ୟକ୍ରମ ପାଇଁ ଜାଗା ମିଳୁନାହିଁ। ଏଣୁ ମହିଳା ମାନେ ଜବରଦଖଲ ମୁକ୍ତ ଗ୍ରାମ ଗଠନ କରିବାକୁ ଆହ୍ୱାନ ଦେଇଥିଲେ। କେନ୍ଦ୍ରସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜନଧନ ଆକାଉଣ୍ଟ ଓ ଉଜ୍ଜଳା ଯୋଜନାରେ ମହିଳାଙ୍କୁ ଅଗ୍ରାଧିକାର ଦେଇଛନ୍ତି ସମସ୍ତ ଯୋଜନାରେ ମହିଳାଙ୍କୁ ପ୍ରାଥମିକତା ଦେଇଛନ୍ତ। ଏତଦ ବ୍ୟତୀତ ନିଜର ସାଂସଦ ପାଣ୍ଠି ର ବିନିଯୋଗ ସମ୍ପର୍କିତ ତଥ୍ୟ ପ୍ରଦାନକରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ପ୍ରକାଶ ରଣବିଜୁଳି ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର ପୂର୍ବତନ ସଭାପତି ନିକୁଞ୍ଜ କିଶୋର ପଟ୍ଟନାୟକ ବୋଲଗଡ ମଣ୍ଡଳ ସଭାପତି ରଘୁନାଥ ଷଢଙ୍ଗୀ ଉପସଭାପତି ରୋଜାଲିନ ଦାସ ରବୀନ୍ଦ୍ର ପରିଡା ସୁମିତ୍ରା ପ୍ରଧାନ ସମ୍ପାଦକ ଆର୍ତ୍ତବନ୍ଧୁ ପ୍ରଧାନ, ଅଶୋକ ରାଉତ, ପ୍ରମୁଖ ବହୁ ଛାମୁଆ କର୍ମୀ ଯୋଗଦେଇଥିଲେ ଆଗାମୀ ଦିନରେ ଅପରାଜିତାଙ୍କ ହାତମୁଠାକୁ ସଶକ୍ତ କରିବାକୁ ନିବେଦନ କରି ଅଶୋକ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।