March 8, 2026

ଜରାଜୀର୍ଣ ଓ ବିପଦଶଂକୁଳ ଅବସ୍ଥାରେ ପଡିରହିଛି ଜନକଲ୍ୟାଣ ସେବା ସମବାୟ ସମିତି, ପୁନଃନିର୍ମାଣ ପାଇଁ ଦାବୀ ….

IMG-20251104-WA0094
Share

 

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ତିର୍ତ୍ତୋଲ ବ୍ଲକ, ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ଜନକଲ୍ୟାଣ ସେବା ସମବାୟ ସମିତି ଉଣେଇଶ ଶହ ଛତିଶ ମସିହାରେ ପ୍ରତିଷ୍ଠା ହୋଇଥିବାବେଳେ, ଏହି ସୋସାଇଟି ଉପରେ ଆଖପାଖ ଦଶ ବାର ଟି ପଞ୍ଚାୟତ ର ଚାଷୀମାନେ ଧାନମଣ୍ଡି ରେ ଧାନ ଓ ମୁଗ ଆଦି ଦେଇ, ଉପକୃତ ହୋଇଆସୁଛନ୍ତି l ମାତ୍ର ଧାନମଣ୍ଡି ପାଇଁ ପିଣ୍ଡି ନଥିବାରୁ ରାସ୍ତା କଡରେ ଓ ଗଛମୂଳେ ଚାଷୀମାନେ ଟ୍ରାକ୍ଟର ଟ୍ରାକ୍ଟର ଧାନବସ୍ତା ରଖି ଦିନରାତି ଜଗିବସିଥାନ୍ତି l କିଛିବର୍ଷ ପୂର୍ବରୁ ରାଜ୍ୟସମବାୟ ମନ୍ତ୍ରୀ ଅତନୁସବ୍ୟସାଚୀ ସାରଳାମନ୍ଦିର ପରିଦର୍ଶନ ରେ ଆସିଥିବା ସମୟରେ, ସ୍ଥାନୀୟ ଅଧିବାସୀ ଓ ମାଆଙ୍କ ସେବାୟତ ମାନେ ଏହି ସମବାୟ ସମିତି ର ଦୁରାବସ୍ଥା ବିଷୟରେ ମାନ୍ୟବର ମନ୍ତ୍ରୀ ଙ୍କ ଦୃଷ୍ଟିକୁ ଆଣିବା ସହିତ, ଏହାର ପୁନଃ ନିର୍ମାଣ ନିମନ୍ତେ, ରାଜ୍ୟସରକାର ଙ୍କ ସମବାୟ ବିଭାଗ ତରଫରୁ ଆର୍ଥିକ ଅନୁଦାନ ପ୍ରଦାନ କରିବା ନିମନ୍ତେ ନିବେଦନ କରିଥିଲେ l ଏହାର ଉତ୍ତରରେ, ସମବାୟ ମନ୍ତ୍ରୀ, ପଚିଶଲକ୍ଷ ଟଙ୍କା ରେ ନୂତନ ଗୃହନିର୍ମାଣ ଓ ଏକ ଲକ୍ଷ ଟଙ୍କା ରେ ପିଣ୍ଡି ନିର୍ମାଣ ନିମନ୍ତେ ମୋଟ ଛବିଶଲକ୍ଷ ଟଙ୍କା ଖୁବଶୀଘ୍ର ସରକାର ଙ୍କ ତରଫରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ ବୋଲି, ପ୍ରତିଶୃତି ଦେଇଥିଲେ l ଇତିମଧ୍ୟରେ ଦୀର୍ଘ ଦୁଇବର୍ଷ ବିତିଯିବା ପରେ, ଏଠାରେ କେବଳ ଗୋଟିଏ ଧାନମଣ୍ଡି ନିର୍ମାଣ କରିବା ନିମନ୍ତେ ମାତ୍ର ଏକଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଛି l ଏହି ସୋସାଇଟି ରେ କାର୍ଯ୍ୟାଳୟ ସହିତ, ଆଉଏକ ସମବାୟ ଶାଖା ବ୍ୟାଙ୍କ ମଧ୍ୟ ଚାଲିଅଛି l ସରକାର ବଦଳିଯିବା ପରେ, ନୂତନ ସରକାର ଦୀର୍ଘ ଅଠରମାସ ହେଲା ଶାସନ ଭାର ବହନ କରିଛନ୍ତି, ମାତ୍ର ଏହି ଜରାଜୀର୍ଣ ଓ ବିପଦଶଂକୁଳ ଜନକଲ୍ୟାଣ ସେବା ସମବାୟ ସମିତି ର ପୁନଃନିର୍ମାଣ କାର୍ଯ୍ୟପାଇଁ, ଆବଶକୀୟ ସରକାରୀ ଅନୁଦାନ ମିଳିପାରିନାହିଁ l କୃଷି ଓ କୃଷକ ମାନଙ୍କ ବିକାଶ ପାଇଁ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଥିବା ବେଳେ, ଶହଶହ ଚାଷୀମାନେ ନିର୍ଭର କରୁଥିବା ଏହି ଜନକଲ୍ୟାଣ ସୋସାଇଟି ର ପୁନଃନିର୍ମାଣ ନିମନ୍ତେ ଆବଶ୍ୟକୀୟ ଆର୍ଥିକ ଅନୁଦାନ ମଞ୍ଜୁର କରିବା ପାଇଁ, ସ୍ଥାନୀୟ ଅଞ୍ଚଳ ର ଅଧିବାସୀମାନେ ଦୃଢ଼ଦାବୀ କରିଅଛନ୍ତି l