ବାଇକ ଦୁର୍ଘଟଣାରେ ଦୁଇ ଗୁରୁତର

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ଗତକାଲି ସନ୍ଧ୍ୟା ପାଞ୍ଚଟା ସମୟରେ ଦୁଇଜଣ ଯୁବକ ଅମ୍ବାଦଳା ଠାରୁ ଲାଞ୍ଜିଗଡ଼ ବାଇକ ଯୋଗେ ଲାଞ୍ଜିଗଡ଼ ଆସୁଥିଲେ l ହରେକୃଷ୍ଣ ପୁର ଛକ ନିକଟରେ ଭାରସାମ୍ୟ ହରାଇବା ଯୋଗୁଁ ବାଇକଟି ଗୋଟାଏ ଘରର କାନ୍ଥରେ ପିଟି ହୋଇଯିବା ଯୋଗୁଁ ଉଭୟେ ସାଙ୍ଘାତିକ ଭାବେ ଆହତ ହୋଇ ଛିଟକି ପଡିଯାଇଥିଲେ l ପରେ ଲାଞ୍ଜିଗଡ଼ ପୋଲିସ ସେଠାରେ ପହଞ୍ଚି ଗୁରୁତର ଅବସ୍ଥାରେ ପଡ଼ିଥିବା ଉଭୟ ଯୁବକଙ୍କୁ ଆଣି ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜରୁରୀ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ l ଯୁବକ ଦୁଇଙ୍କ ମଧ୍ୟରୁ ଜଣକ ନାମ ଝସକେତନ ହେର୍ଣ୍ଣା (21) ଲାଞ୍ଜିଗଡ଼ ଶାନ୍ତିନଗର ପଡ଼ା ଓ ଅନ୍ୟ ଜଣକ ନାମ କ୍ଷିତୀଶ ନାଏକ (21)ପୂଜାରୀପଡ଼ା l ଉଭୟଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭଵାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ପଠାଇ ଦିଆଗଲା l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନାଙ୍କ ରିପୋର୍ଟ
ନିୟୁଜ ଉପାନ୍ତ ଖବର
