July 6, 2024

ଝଙ୍କଡ଼ ଶାରଳା ମନ୍ଦିର ର କାରୁକାର୍ଯ୍ୟ ପୂର୍ଣ୍ଣ ସିଂହଦ୍ଵାର ସ୍ମୃତି ହେଇ ରହିଯିବ କି ???

Share

ଝଙ୍କଡ଼ ଶାରଳା ମନ୍ଦିର ର କାରୁକାର୍ଯ୍ୟ ପୂର୍ଣ୍ଣ ସିଂହଦ୍ଵାର ସ୍ମୃତି ହେଇ ରହିଯିବ କି ???
+++++++++++++++++++++++
ତିର୍ତ୍ତୋଲ ::–ଭୁବନେଶ୍ବର ପଟିଆ ସ୍ଥିତ ଆର୍ କେ ଡି କନଷ୍ଟ୍ରକସନ୍ ର ପରିଚାଳନା ନିର୍ଦ୍ଦେଶକ ସ୍ବର୍ଗତ ରୋହିତ ଦାସ , ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ମା’ଶାରଳାଙ୍କ ମନ୍ଦିର ସିଂହଦ୍ଵାର କୁ କୁଶଳୀ କାରିଗର ମାନଙ୍କ ଦ୍ଵାରା ଅତ୍ୟନ୍ତ ଆକର୍ଷଣୀୟ ଭାବେ ନିର୍ମାଣ କରାଇ ଥିଲେ । ଯାହାକି ଶ୍ରାଦ୍ଧକୁ ଭକ୍ତ ମାନଙ୍କ ସମେତ ପର୍ଯ୍ୟଟକ ମାନଙ୍କୁ କାରୁକାର୍ଯ୍ୟ ମଣ୍ଡିତ କଳାକୃତି ଆକୃଷ୍ଟ କରି ଆସିଥିଲା । ବିଶେଷ କରି ସିଂହଦ୍ଵାର ରେ ଲାଗିଥିବା କବାଟ କୁ ମଧ୍ୟ ପିତଳ ଛାଉଣୀ କରାଯାଇଥିଲା । କିନ୍ତୁ ସମ୍ପ୍ରତ୍ତି ଓଡିଶା ସରକାର ଙ୍କ ତରଫରୁ ୪୨ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ନବୀକରଣ କାର୍ଯ୍ୟ ନିମନ୍ତେ ଗତକାଲି ଠାରୁ ଏହି ଗାରିମାମୟ କୀର୍ତ୍ତି କୁ ଠିକାଦାରୀ ସଂସ୍ଥା ତରଫରୁ ମେସିନ୍ ଲଗାଯାଇ ଭଙ୍ଗା ଯାଉଥିବାର ଦେଖିବାକୁ ମିଳୁଛି। ଶୁଣା ଯାଉଛି ଯେ, ମାଆଙ୍କ ସିଂହଦ୍ଵାର କୁ ସମ୍ପୂର୍ଣ୍ଣ ପଥର ରେ ପୁନନିର୍ମାଣ କରାଯିବ ବୋଲି। ମାତ୍ର ପ୍ରଶ୍ନ ଉଠୁଛି ଏହି ପ୍ରସ୍ତର ନିର୍ମିତ ସିଂହଦ୍ଵାର ରେ କଣ ପୂର୍ବଭଳି କାରୁକାର୍ଯ୍ୟ ଦେଖିବାକୁ ମିଳିବ ପାରିବ ତ ? ଠିକାଦାରୀ ସଂସ୍ଥା ଯାଇତାହି ଭାବରେ ନିର୍ମାଣ କାର୍ଯ୍ୟ ସାରିଦେଇ ଚାଲିଯିବ ତ ? ସବୁଠୁଁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି , ସିଂହଦ୍ଵାରର ଉଭୟ ପାର୍ଶ୍ଵରେ ପୂର୍ବରୁ ହାତୀ ଉପରେ ସିଂହ ବସିଥିବାର , ଯେଉଁ ସିମେଣ୍ଟ ନିର୍ମିତ ମୂର୍ତ୍ତି ଶୋଭା ପାଉଥିଲେ , ତାହାକୁ ମଧ୍ୟ ଉଠାଇ ନିଆ ଯାଇଛି। ସେଇ ଡିଜାଇନ୍ ର ପସ୍ତରମୂର୍ତ୍ତି ଏଠାରେ ନିର୍ମିତ ହେଉଥିବାର ଦେଖିବାକୁ ମିଳୁନାହିଁ। ତେବେ ମାଆଙ୍କ ମନ୍ଦିରର ସେବାୟତ ମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ , ପୂର୍ବରୁ ରହି ଆସିଥିବା କୀର୍ତ୍ତିରାଜି ର ଅନୁକରଣ ରେ ମାଆଙ୍କ ସିଂହଦ୍ବାର କୁ ନିର୍ମାଣ କରିବା ନିମନ୍ତେ ଦୃଢ଼ ଦାବୀ କରିଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକିରହିଲା। କିନ୍ତୁ ପୂର୍ବରୁ ଶୋଭା ବର୍ଦ୍ଧନ କରିଆସୁଥିବା ମା ସାରଳା ଙ୍କ ସିଂହଦ୍ବାର ଭକ୍ତ ମାନସରେ ସ୍ମୃତି ହେଇ ରହିଯିବ ବୋଲି ଚର୍ଚ୍ଚା ହେଉଛି ! ଜଗତସିଂହପୁର ରୁ ଶରତ କୁମାର ଦାଶ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !

You may have missed