July 6, 2024
Share

*ଖବର ଆଜିର*
ତାରିଖ ୦୪/୧୧/୨୦୨୩ ଶନିବାର ।।

ନେପାଳରେ ଶୁକ୍ରବାର ରାତି ୧୧.୩୨ରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ପ୍ରଭାବରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୪ ଥିବାବେଳେ ଗଭୀରତା ୧୦କିମି ଥିବା ନେଇ ଏନସିଏସ୍ ପକ୍ଷରୁ ସୂଚନା ଦିଆଯାଇଛି।

ଥମିନି ବିବାଦ – ପୁଣି ଓଡ଼ିଆ ସିନେମା ‘ପ୍ରଥା’କୁ ବିରୋଧ, ଚିରିଲେ ପୋଷ୍ଟର ।

ଛତିଶଗଡ଼କୁ ବିଜେପିର ମାଳମାଳ ପ୍ରତିଶ୍ରୁତି । କ୍ଷମତାକୁ ଆସିଲେ ବିବାହିତା ମହିଳାଙ୍କୁ ବାର୍ଷିକ ମିଳିବ ୧୨ହଜାର ଟଙ୍କା ଭତ୍ତା ।

ଉଗ୍ର ହେବ ଇସ୍ରାଏଲ-ହମାସ ଯୁଦ୍ଧ । ହେଜବୁଲ୍ଲାକୁ ମିଳିବ ରୁଷ ବିଦ୍ରୋହୀସେନା ସମର୍ଥନ! ଏୟାର ମିସାଇଲ ଡିଫେନ୍ସ ସିଷ୍ଟମ ଦେବ ୱାଗନର ।

ଭାରତରେ ଚାଲିଥିବା ଦିନିକିଆ କ୍ରିକେଟ ବିଶ୍ୱକପରେ ଆଫଗାନିସ୍ତାନ ତା’ର ବିଜୟ ଧାରା ଜାରି ରଖିଛି। ଆଜି ଦଳ ନେଦରଲ୍ୟାଣ୍ଡ୍ସକୁ ୭ ୱିକେଟ ପରାସ୍ତ କରିଛି। ଚଳିତ ବିଶ୍ୱକରେ ଏହା ଆଫଗାନର ୪ର୍ଥ ବିଜୟ। ଏହି ବିଜୟ ସହ ଦଳ ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଉଠିଛି।

ପ୍ରମୋଦଙ୍କୁ ୨ ଓ ସୌନ୍ଦର୍ଯ୍ୟଙ୍କୁ ଦେଢ଼ କୋଟିର ଚେକ୍ ଦେଲେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୧୪ ବିଭାଗରେ ପୁରସ୍କାର ପାଇଁ ଆବେଦନ ଆରମ୍ଭ: ନଭେମ୍ବର ୪ରୁ ୧୭ ଯାଏଁ ଆବେଦନ, ବିଭିନ୍ନ ବିଭାଗରେ ଦିଆଯିବ ୫୯, ୧୦୯ଟି ପୁରସ୍କାର  ।

ସବୁ କଲେଜରେ ଏନଏସଏସ ଶାଖା ଖୋଲିବା ସହିତ ଏହାକୁ ଅଧିକ କ୍ରିୟାଶୀଳ କରାଯିବ : ଉଚ୍ଚଶିକ୍ଷା ମନ୍ତ୍ରୀ ।

ପ୍ରଦୂଷଣ ପାଇଁ ଆପ୍‌ ସରକାରକୁ ଦାୟୀ କଲେ ହାଇକୋର୍ଟ, ଜରୁରୀ ବୈଠକ ଡାକିଲେ ଉପରାଜ୍ୟପାଳ ।

ଜାନୁଆରି ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହୋଇ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିବେ ନବୀନ ।

IPLରେ ୨୫ ଲକ୍ଷ କୋଟି ନିବେଶ କରିବାକୁ ଚାହୁଁଛନ୍ତି ସାଉଦି ପ୍ରିନ୍ସ, ରିପୋର୍ଟରୁ ହେଲା ଖୁଲାସା ।

ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଗୁରୁତର ଭାବେ ଅସୁସ୍ଥ।   ।

ନବମ ଦିନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

ଜ୍ଞାନବାପି ସର୍ଭେ ଶେଷ କରି ନଭେମ୍ବର ୧୭ ସୁଦ୍ଧା ଶେଷ କରି ରିପୋର୍ଟ ଦାଖଲ କର ।

ରିଲିଜ ପୂର୍ବରୁ ଆସିଲା ’ଟାଇଗର-୩’ର ନୂଆ ପ୍ରୋମାେ, ଚର୍ଚ୍ଚାରେ କ୍ୟାଟ୍ରିନାଙ୍କ ଟାୱେଲ୍ ଫାଇଟ୍ ।

ଦିଲ୍ଲୀରେ ଅତ୍ୟଧିକ ବାୟୁ ପ୍ରଦୂଷଣ ଯୋଗୁ ଟ୍ରେନିଂ ବନ୍ଦ କଲା ବାଂଲାଦେଶ କ୍ରିକେଟ ଟିମ୍‌, ନିର୍ଦ୍ଦେଶକ କହିଲେ- ଖେଳାଳିଙ୍କ ସ୍ୱାସ୍ଥ୍ୟ ସର୍ବୋପରି ।

ରୁଷର ପ୍ରାଙ୍କ୍ କଲ୍ ଜାଲରେ ଫସିଲେ ପିଏମ୍ ମେଲୋନୀ, ରାଷ୍ଟ୍ରୀୟ ସୁରକ୍ଷା ଉପରେ ଚର୍ଚ୍ଚା କରି ବିରୋଧୀଙ୍କ ଟାର୍ଗେଟ୍‌କୁ ଆସିଲେ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ: ସରିଲା ଶ୍ରୀମନ୍ଦିର ନୀତି ସବ୍‌ କମିଟି ବୈଠକ, ଜାନୁଆରୀ ୧୨ରୁ ଆରମ୍ଭ ହେବ ପ୍ରସ୍ତୁତି।

ଗ୍ଲୋବାଲ ଚିପ୍‌ ନିର୍ମାତା ଇଣ୍ଟେଲ୍‌ ଭାରତର ଆଠ ଇଲେକ୍ଟ୍ରୋନିକ୍ସ ନିର୍ମାତାଙ୍କ ସହ ହାତ ମିଳାଇଛି। ଏହାଦ୍ବାରା ଭାରତରେ ହିଁ ଲାପ୍‌ଟପ୍‌ ତିଆରି କରାଯିବ। ।

ସୁପ୍ରଭାତ ,ଶୁଭ ସକାଳ ।

You may have missed