July 6, 2024

ପୁଇଁତୋଳା ଗ୍ରାମ ରୁ ଘର ତାଲା ଭାଙ୍ଗି ଦିନ ଦ୍ୱିପ୍ରହରରେ ଲୁଟ

Share

ପୁଇଁତୋଳା ଗ୍ରାମ ରୁ ଘର ତାଲା ଭାଙ୍ଗି ଦିନ ଦ୍ୱିପ୍ରହରରେ ଲୁଟ

==========================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମର କୃଷ୍ଣ ଚନ୍ଦ୍ର ପଲାଇଙ୍କ ଘରୁ ଦିନ ଦ୍ୱିପ୍ରହରରେ ଘର ତାଲା ଭାଙ୍ଗି ଗଡ଼ରେଜ ରୁ ସୁନା ଅଳଙ୍କାର ଲୁଟ ହୋଇଥିବା ଜଣା ପଡିଛି l ଘର ମାଲିକ କହିବା ଅନୁଯାଇ ଦୃବୁତ ମାନେ ଏକ ସ୍କର୍ପିଓ ଗାଡ଼ିରେ ଆସି ତାଲା ବନ୍ଦଥିବା ମୋ ଘରୁ ପ୍ରଥମେ ଗ୍ରିଲ ତାଲାକୁ ଭାଙ୍ଗି ଘରେ ପଶି ଗଡ଼ରେଜ ତାଲାକୁ ତାଡି ଦୁଇ ଭରି ଓଜନର ସୁନା ମଙ୍ଗଳସୂତ୍ର ନେଇ ଯାଇଛନ୍ତି l ଘର ମଲିକ କୃଷ୍ଣ ହଟାତ ଘରକୁ ଆସିଯିବାରୁ ଏକ ବଡ଼ ଧରଣର ଲୁଟର ଶିକାରରୁ ବଞ୍ଚି ଯାଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି l କୃଷ୍ଣଙ୍କ କହିବା ଅନୁସାରେ ଗାଁ ଭିତରେ ଶଶୁର ଘରକୁ ତାଙ୍କ ସ୍ତ୍ରୀ ଯାଇଥିବା ବେଳେ ସେ ଗାଁ ର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ସେଠାରେ ଥିଲେ l ସ୍ମସାନକୁ ଯିବା ପାଇଁ ଡ୍ରେସ ବଦଳାଇବାକୁ ଘରକୁ ଗଲା ବେଳେ ଦେଖିଲେ ଘର ଖୋଲା ଅଛି ଆଉ ଜଣେ ଲୋକ ହାତରେ ଛୋଟ ଶାବଳ ଧରି ଘରୁ ପଦାକୁ ଆସୁଛି ଦେଖି କୃଷ୍ଣ ତାଙ୍କୁ କିଏ ତୁମେ ପଚାରିବାରୁ ଦୃବୁତ ଜଣକୁ ଘର ମଲିକ ତାଙ୍କୁ ପଠାଇଥିବା କହି ତାଙ୍କୁ ଧକ୍କା ମାରି ସ୍କର୍ପିଓ ଗାଡ଼ିରେ ବସି ଚମ୍ପଟ ମାରିଥିଲେ l ଘରକୁ ଯାଇ ଦେଖିଲା ବେଳକୁ ଆଲମାରୀ ଭାଙ୍ଗି ବିଭିନ୍ନ ସାମଗ୍ରୀ ଫୋପଡ଼ା ଫୋପାଡ଼ି ସୁନା ମଙ୍ଗଳସୂତ୍ର ନେଇ ଯାଇଥିବା ଜାଣିବାକୁ ପାଇଲେ l ଖବର ପାଇ ଗଞ୍ଜାମ ଥାନା ସେକେଣ୍ଡ ଅଫିସର କ୍ଷେତ୍ରମୋହନ ସାହୁ ଏବଂ ରାଓ ପୋଲିସ ଘଟଣା ସ୍ଥଳକୁ ଆସି ଛାନଭିନ ଆରମ୍ଭ କରିଛନ୍ତି l ଅନ୍ୟପଟେ ସ୍କର୍ପିଓଟି ଗାଁ ଭିତର ଦେଇ ଯାଇଥିବା ହେତୁ ସିସିଟିଭି ଯାଞ୍ଚ କରିବା ସହ ଖୋଜା ଖୋଜି ଆରମ୍ଭ କରିଛି ଗଞ୍ଜାମ ପୋଲିସ l

You may have missed