July 6, 2024

ଗଜପତି:- ରାଣୀପେଣ୍ଠା ଗ୍ରାମରେ ୩ ରୁ ୯ ବର୍ଷ ବୟସ’ର ଶିଶୁ ମାନଙ୍କ ନିମନ୍ତେ ଫାଇଲେରିଆ ସର୍ବେକ୍ଷଣ କାର୍ଯ୍ୟକ୍ରମ’ରେ ରାତ୍ରୀକାଳୀନ ରକ୍ତ ନମୂନା ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ।

Share

ଗଜପତି:- ରାଣୀପେଣ୍ଠା ଗ୍ରାମରେ ୩ ରୁ ୯ ବର୍ଷ ବୟସ’ର ଶିଶୁ ମାନଙ୍କ ନିମନ୍ତେ ଫାଇଲେରିଆ ସର୍ବେକ୍ଷଣ କାର୍ଯ୍ୟକ୍ରମ’ରେ ରାତ୍ରୀକାଳୀନ ରକ୍ତ ନମୂନା ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ।
———————————————
ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ରାଣୀପେଣ୍ଠ ପଞ୍ଚାୟତ’ର ରାଣୀପେଣ୍ଠ ଗ୍ରାମ ସ୍ଥିତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପରିସର’ରେ ଥିବା ମଣ୍ଡପ ଠାରେ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷ’ରୁ ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ଫାଇଲେରିଆ ସର୍ବେକ୍ଷଣ କାର୍ଯ୍ୟକ୍ରମ’ରେ ୫ ରୁ ୯ ବର୍ଷ ବୟସ’ର ଶିଶୁ ମାନଙ୍କ ନିମନ୍ତେ ରାତ୍ରି କାଳୀନ ରକ୍ତ ନମୁନା ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ।
ମୁଖ୍ୟତଃ ଫାଇଲେରିଆ ରୋଗ ସଂକ୍ରମଣ’ରେ ଯେଉଁ ଜୀବାଣୁ ଯୋଗୁଁ ହୋଇଥାଏ , ତାହା ସନ୍ଧ୍ୟା ଠାରୁ ରାତି ମଧ୍ୟରେ ଅଧିକ ସକ୍ରିୟ ହୋଇଥାଏ ।
ଅନ୍ୟପକ୍ଷ’ରେ , ସଂପୃକ୍ତ ରାଣୀପେଣ୍ଠ ଗ୍ରାମରେ ହାତ ଗଣତି ଭାବେ ଫାଇଲେରିଆ ରୋଗୀ ରହିଥିବା ଯୋଗୁଁ ତାର ସମ୍ଭାବ୍ୟ ପ୍ରଭାବ କାଳେ ରହିଥିବ , ତେଣୁ କରି ରାଣୀପେଣ୍ଠ ଗ୍ରାମରେ ଏହି ନିର୍ଦ୍ଧାରିତ ବୟସ’ର ଶିଶୁ ମାନଙ୍କ ପାଇଁ ରାତ୍ରି କାଳୀନ ରକ୍ତ ନମୁନା ସଂଗ୍ରହ ଅଭିଯାନ ପାଇଁ ଚିହ୍ନଟ କରା ଯାଇଥିବା ଜଣାଯାଇଛି । ।
ଏହି କାର୍ଯ୍ୟକ୍ରମ’ରେ ମୁଖ୍ୟତଃ ୫ ରୁ ୯ ବର୍ଷ ବୟସ’ର ଶିଶୁ ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କ ଦେହରେ ଏହି ଫାଇଲେରିଆ ସଂକ୍ରମଣ ଜୀବାଣୁ ଅଛି ନା ନାହିଁ ତାହା ଜାଣିବା ପାଇଁ ଏହି ଫାଇଲେରିଆ ସର୍ବେକ୍ଷଣ କାର୍ଯ୍ୟକ୍ରମ’ରେ ରାତ୍ରି କାଳୀନ ରକ୍ତ ନମୁନା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ କରାଯାଉଛି ।
ଅନ୍ୟପକ୍ଷ’ରେ ସୂଚନା ମୁତାବକ ଜଣାଯାଇଛି ଯେ , ଏଇ ନିକଟ ଭବିଷ୍ୟତ’ରେ ଗଜପତି ଜିଲ୍ଲା’ରେ ଫାଇଲେରିଆ ରୋଗ’କୁ ସମୂର୍ଣ୍ ଭାବେ ଲୋପ କରାଯାଇ ଜିଲ୍ଲା’କୁ ଫାଇଲେରିଆ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯିବା କାର୍ଯ୍ୟକ୍ରମ ରହିଛି ।
ସେଥିପାଇଁ ଏମଡିଏ: ତଥା ସମୂହ ଔଷଧ ସେବନ କାର୍ଯ୍ୟକ୍ରମ ପରବର୍ତ୍ତୀ ଏହି ରାତ୍ରି କାଳୀନ ଫାଲେରିଆ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା’ର ବିଭିନ୍ନ ଗ୍ରାମରେ ସଫଳତାର ସହ ଆଗେଇ ଚାଲିଥିବା ଜଣାଯାଇଛି ।
ରାଣୀପେଣ୍ଠ ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏହି ରକ୍ତ ନମୂନା ସଂଗ୍ରହ କାର୍ଯ୍ୟକ୍ରମ’ରେ ମୋଟ ୫୧ ଜଣ ଶିଶୁ’ଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରା ଯାଇଥିଲା। ।
ରାଣୀପେଣ୍ଠ ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ’ରେ ଏମଟିଏସ: ଶ୍ରୀ ସ୍ନେହାଶିସ ସାମଲ’ଙ୍କ ନେତୃତ୍ୱ’ରେ ଏଲଟି: ଶ୍ରୀ ଗୋପେଶ୍ୱର ପାଣିଗ୍ରାହୀ ୫୧ ଜଣ ଶିଶୁ’ଙ୍କ ରକ୍ତ ନମୂନା ସଂଗ୍ରହ କରିଥିବା ବେଳେ ସ୍ବାସ୍ଥ୍ୟକର୍ମୀ ଶ୍ରୀ ସୁବାଷ ଚନ୍ଦ୍ର ନାୟକ ଏବଂ ଶ୍ରୀ ବିଶ୍ଵ ରଞ୍ଜନ ଘଣ୍ଟ’ଙ୍କ ସମେତ ସିଏଚଓ: ସ୍ମୃତି ରାଣୀ ସିଂ , ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ତାଙ୍କୁ ଆଶାକର୍ମୀ ଶ୍ରୀମତୀ କେ: ରେଣୁକା , ଶ୍ରୀମତୀ ଆର: ସାବିତ୍ରୀ ଏବଂ ଶ୍ରୀମତୀ ଶାନ୍ତିଲତା ପଟନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା’ରେ ସହଯୋଗ କରିଥିଲେ ।
———————————————– ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————–

You may have missed