March 12, 2026

କ୍ଷୟକ୍ଷତି ର ସମୀକ୍ଷା କରିବା ସହିତ ମୃତକ ଙ୍କ ପରିବାର ପାଖକୁ ପହଞ୍ଚିଲେ ସାଂସଦ ଓ ବିଧାୟକ ..

IMG-20251004-WA0095
Share

ମୋହନା— ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଳକରେ ଲଗାଣ ବର୍ଷାରେ ବାନ୍ଧଗୁଡା ଗ୍ରାମ ରେ ଜଣେ ଯୁବକ ଗାଈ ଚରାଇବାକୁ ନିଖୋଜ ହୋଇଯାଇଥିଲେ। ବହୁ ଖୋଜା ଖୋଜି ପରେ ବହୁ ଦୂରରେ ତାଙ୍କ ମୃତ ଦେହକୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିଲେ।

ଲଗାଣ ବର୍ଷା ରେ ଗଜପତି ଜିଲ୍ଲା ସବୁଠୁ ଅଧିକା କ୍ଷୟକ୍ଷତି ହେବା ସହ ଦୁଇ ଦୁଇ ଜଣଙ୍କ ପ୍ରାଣ ଯିବା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ବାପା ପୁଅ ପଥର ତଳେ ଚାପି ରହିଥିବା ସନ୍ଦେହ କରାଯାଉଛିlତେବେ ବର୍ଷା ପରେ ଗଜପତି ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ର ଅକାଳନ ଓ ଦୁଇ ଦୁଇଜଣ ମୃତକଙ୍କ ପରିବାର ଙ୍କ ନିକଟକୁ ଯାଇ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ସହିତ ବିଭାଗୀୟ କର୍ମଚାରି ଙ୍କୁ ଅତିଶୀଘ୍ର କ୍ଷୟକ୍ଷତି ହୋଇଥିବା ମୁଖ୍ୟରାସ୍ତା କୁ ନିର୍ମାଣ କରିବା ସହିତ ମୃତକଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ସାଂସଦ

ଡ.ପ୍ରଦୀପ କୁମାର ପାଣିଗ୍ରାହୀ। ସାଂସଦ ଙ୍କ ସହ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ଙ୍କ ସହିତ ବରିଷ୍ଟ ବିଜେପି ନେତା ତଥା ପୂର୍ବତନ ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ମଧ୍ୟ ଗସ୍ତ କରି କ୍ଷୟ କ୍ଷତି ଅଞ୍ଚଳ ବୁଲିବା ସହ ମୃତକଙ୍କ ଘରକୁ ଯାଇ ସାନ୍ତ୍ୱନା ପ୍ରଦାନ କରିଥିଲେ। ସାଙ୍ଗରେ ମୋହନା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଏବଂ ତହସିଲଦାର ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ପ୍ରବଳ ବର୍ଷା ରେ ମୋହନା ଅଞ୍ଚଳରେ ଚାଷ ଜମି ଠାରୁ ଆରମ୍ଭ କରି ରାସ୍ତା ଘାଟ ସହ ଗରିବ ଲୋକଙ୍କ ବାସ ଗୃହ ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ସରକାର କ୍ଷତି ପୂରଣ ପ୍ରଦାନ କରିବା ନିମନ୍ତେ ସାଧାରଣରେ ଦାବୀ ହେଉଛି।