କ୍ଷୀରାପାଲି ଠାରେ ଏକ ଦିବସୀୟ ଫୁଟବଲ ଟୁଣ୍ଟାମେଣ୍ଟ,ତାଲଶ୍ରୀଗିଡା ବିଜୟୀ
ସୁରେନ୍ଦ୍ର କଠାର,ବରଗଡ
ଅତାବିରା ବ୍ଲକ ଅଧିନ କ୍ଷୀରାପାଲି ଖେଳ ପଡିଆରେ ଏକ ଦିବସୀୟ ଫୁଟବଲ ଟୁଣ୍ଟାମେଣ୍ଟ ଅନୁଷ୍ଠିତ ହୋଇଯାଇଛି |ମାଁ ଜାମ୍ବେଶ୍ବରୀ କ୍ଲବ ତରଫରୁ |ଏହି ଟୁଣ୍ଟାମେଣ୍ଟରେ ଅମସ୍ତଲା,ତାଲଶ୍ରୀଗିଡା,ନାଗେନପାଲି,
ବୁଗବୁଗା,ଡୁଂଗୁରିପାଲି,ବାଲପୁର,ବାଂଜିପାଲି ଓ ଜମୁର୍ଡା ଦଳ ଯୋଗ ଦେଇଥିଲେ |ଫାଇନାଲ ମ୍ୟାଚ ତାଲଶ୍ରୀଗିଡା ଓ ଯମୁର୍ଡା ଦଳ ମଧ୍ଧରେ ହୋଇଥିଲା |ଏଥିରେ ତାଲଶ୍ରୀଗିଡା ଦଳ ୦.୧ ଗୋଲରେ ଜମର୍ଡା ଦଳକୁ ପରାସ୍ତ କରି ବିଜୟ ଲାଉ କରିଥିଲେ |ମୁଖ୍ୟ ଅତିଥି ଭାବେ ଝିଲିମିଣ୍ଡା ସରପଂଚ ପୂଜା କୁମ୍ଭାର ଯୋଗଦାନ କରି ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ |ଦିବାକର ଭୋଇ ,ମକରଧ୍ବଜ ଧରାଇ,ଧର୍ମ ମହାର,ମିନୁ କାଣ୍ଡ,ରୁଦ୍ର ଭୋଇ,ବାବୁଲ ସେଠ,ନିକମ ସେଠ ,ଜୟକ୍ରିଷ୍ନା ଛୁରିଆ ଓ ଗ୍ରାମବାସୀ ସହଯୋଗ କରିଥିଲେ |
