June 26, 2024

ଉମରକୋଟ ବ୍ଲକ୍ କୋପେନା ସରକାରୀ ଉନ୍ନତୀ ଉଚ୍ଚ ବିଦ୍ୟାଳୟ ରେ

Share

ଉମରକୋଟ ବ୍ଲକ୍ କୋପେନା ସରକାରୀ ଉନ୍ନତୀ ଉଚ୍ଚ ବିଦ୍ୟାଳୟ ରେ କେଶରିବେଡ଼ା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ପାଳିତ ହୋଇ ଯାଇଛି।

(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ ବ୍ଲକ୍ ଅନ୍ତର୍ଗତ କପେନା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ଠାରେ “ସୁରଭି” ଶିଶୁ ମହୋତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଚନ୍ଦନ ରାୟ, ସମ୍ମାନିତ ଅତିଥି ଭାବେ କେଶରୀ ବେଡା ଆଶ୍ରମ ସ୍କୁଲ୍ ର ଶ୍ରୀ ସୁନିଲ ପାଢ଼ୀ, ମୁଖ୍ୟ ବକ୍ତା ଭାବେ କୋପେନା ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଙ୍କର ଗୋଣ୍ଡ୍ ଓ ବିଭିନ୍ନ ବିଦ୍ୟାଳୟ ର ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ର ସଂଯୋ ଜୋକ ଶ୍ରୀଯୁକ୍ତ ମୋତି ରାମ ଗୋଣ୍ଡ ସଭା ପରିଚାଳନା କରିଥିଲେ। ବିଭିନ୍ନ ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ । ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇଥିବା ଛାତ୍ର, ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ସର୍ବ ଶେଷରେ ଶିକ୍ଷକ ଶ୍ରୀଯୁକ୍ତ ରବି ସିଂ ସନ୍ତା ଧନ୍ୟବାଦ୍ ଅର୍ପଣ କରିଥିଲେ।