କୁଜଙ୍ଗ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଂଗଠନ ଶୃଜନ ଅଭିଯାନ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଷଣ୍ଢପୁର ସ୍ଥିତ ମୁକ୍ତେଶ୍ୱର ମଣ୍ଡପ ପରିସରରେ ଆଜି କୁଜଙ୍ଗ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ସଂଗଠନ ଶୃଜନ ଅଭିଜାନ ଅନୁଷ୍ଠିତ ହୋଇଯାଇଛି।ତେବେ ଏହି ସଂଗଠନ ଶୃଜନ ଅଭିଜାନଟି ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର କଂଗ୍ରେସ ରାଜ୍ୟ ସଂପାଦକ ନିରଞ୍ଜନ ନାୟକଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରେଦେଶ କଂଗ୍ରେସ କମିଟିର ଜିଲ୍ଲା ସଂଯୋଜକ ନଟବର ବାରିକ,କେରଳ କଂଗ୍ରେସ କମିଟିର ଜେନେରାଲ ସେକ୍ରେଟାରୀ ଏମ୍ ଲିଜୁ,ରାଜ କିଶୋର ବାରିକ,ଜେନେରାଲ ୱାର୍କର ବିରେନ୍ କୁମାର ଦଳାଇ ପ୍ରମୂଖ ଏହି ସଭାରେ ଯୋଗ ଦେଇଥିଲେ। ଏହି ସଂଗଠନ ଶୃଜନ ଅଭିଜାନ ଭୋଟିଂ କରାଯାଇଥିବା ବେଳେ ଆଗାମୀ ଦିନରେ ରାଜ୍ୟରେ କିପରି କଂଗ୍ରେସ ସଦୃଢ଼ ହେବ ଓ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ କିପରି ବିଜୟ ଲାଭ କରିବ ସେ ନେଇ କଂଗ୍ରେସ କମିଟି ପକ୍ଷରୁ ଆଲୋଚନା କରାଯାଇଥିଲା।ଏଥିସହିତ ୩୬ପଞ୍ଚାୟତରୁ ଶତାଧିକ ସଂଖ୍ୟାର ପୁରୁଷ ଓ ମହିଳା କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )
