March 10, 2026

ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ପାହାଡ଼ ଧସିଲା, ରାସ୍ତା ଅବରୋଧ        

IMG-20250904-WA0031
Share

 

ପାରଳାଖେମୁଣ୍ଡି:୪/୯(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ ଆଜି ଗୁମ୍ମା ବ୍ଲକରେ ପାହାଡ଼ ଧସି ହୋଈ ପଡିଛି. ଯଦ୍ୱାରା ପାହାଡ଼ରୁ ପଥର ଓ ମାଟି ଅତଡ଼ା ଖସି ପଡିବା ଯୋଗୁଁ ରାସ୍ତା ଅବରୋଧ ହୋଇଛି. ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଠାରୁ ନାମନଗଡ଼ – ଅଜୟଗଡ଼ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ପାହାଡ଼ ଧସି ପଡିଛି. ଏହାଦ୍ୱାରା ପାହାଡ଼ରୁ ବହୁ ପୁରାତନ ଗଛ, ବଡ଼ ବଡ଼ ପଥର ଏବଂ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହେବା ଯୋଗୁଁ ଯାତାୟାତ ସମ୍ପୃକ୍ତ ଅଞ୍ଚଳରେ ସମ୍ପୂର୍ଣ ଭାବେ ବନ୍ଦ ହୋଇଯାଇଛି. ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି.