March 10, 2026

ଗଜପତିରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ କୃତ୍ରିମ ନଦୀ ସୃଷ୍ଟି ହୋଇ ଭୁଶୁଡ଼ିଲା ୨ ଘରର କାନ୍ଥ   

IMG-20250904-WA0029
Share

 

 

ପାରଳାଖେମୁଣ୍ଡି:୪/୯(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାରେ ଲଗାଣ ବର୍ଷାରେ ଘର ପଛପଟେ ଥିବା ପାହାଡ଼ରୁ କୃତ୍ରିମ ନଦୀ ମାଡ଼ି ଆସିବା ଫଳରେ ଗୁମ୍ମା ବ୍ଲକ୍ ଅନ୍ତର୍ଗତ ଝାମୀ ପଞ୍ଚାୟତ ପର୍ଶୁରାମପୁର ଗ୍ରାମର ୫ଟି ଘରେ ପାଣି ପଶିଯାଇଛି। ସେଥିମଧ୍ୟରୁ ଦୁଇଟି ଘରର କାନ୍ଥ ଭୁଶୁଡ଼ି ଯାଇଥିବା ବେଳେ ଅଳ୍ପକେ ପରିବାରବର୍ଗ ବର୍ତ୍ତି ଯାଇଛନ୍ତି। ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି। ଗତକାଲି ହଠାତ୍ ପାହାଡ଼ରୁ ବର୍ଷା ପାଣି ମାଡ଼ି ଆସିଥିଲା। ପୁନାଲି ଲିମା, ସୁବାସ ଲିମା, ଜଗନ୍ନାଥ ପାସପୁ ରେଡ୍ଡୀ, ତ୍ରିନାଥ ଗାଣ୍ଟା ଓ ନାରାୟଣ ଗାଣ୍ଟାଙ୍କ ଘରେ ପାଣି ପଶି ଯାଇଥିଲା। ପାଣିର ସ୍ରୋତ ଏତେ ପ୍ରଖର ଥିଲାଯେ ସୁବାସ ଓ ଜଗନ୍ନାଥଙ୍କ ଘର କାନ୍ଥ ଭାଙ୍ଗି ଯାଇଥିଲା । ଘର କାନ୍ଥ ଭୁଶୁଡ଼ି ଯିବା ଦେଖି ଜୀବନ ବିକଳରେ ସଭିଏଁ ଘରୁ ବାହାରକୁ ଦୌଡ଼ି ଯାଇଥିଲେ। କ୍ଷତିଗ୍ରସ୍ତ ପରିବାର ପଡ଼ୋଶୀ ଘରେ ଆଶ୍ରା ନେଇଛନ୍ତି। ସରକାରୀ ସହାୟତା ପାଇଁ ନିବେଦନ କରାଯାଇଛି।