March 10, 2026

ପାକିସ୍ତାନ ସହ ବ୍ୟବସାୟ ପାଇଁ ଭାରତ ସହ ସମ୍ପର୍କ ଖରାପ କରୁଛନ୍ତି ଟ୍ରମ୍ପ ।*

IMG-20250904-WA0003
Share

 

ଭୁବନେଶ୍ୱର ( ଦେବାଶିଷ ଦାଶ ‌)

ଡୋନାଲ୍ଡ୍ ଟ୍ରମ୍ପ୍ ଭାରତ ସମ୍ପର୍କକୁ ପରିତ୍ୟାଗ କରି ପାକିସ୍ତାନ ସହ ପାରିବାରିକ ବ୍ୟବସାୟକୁଚୟନ କରିଥିଲେ । ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ । ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୂର୍ବତନ ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା (ଏନ୍‌ଏସ୍‌ଏ) ଜେକ୍ ସଲିଭାନ୍ ଡୋନାଲ୍ଡ୍ ଟ୍ରମ୍ପଙ୍କ ବିଦେଶୀ ନୀତିକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଟ୍ରମ୍ପ୍ ପରିବାରର ପାକିସ୍ତାନ ସହ ବ୍ୟାବସାୟିକ ଲାଭ ପାଇଁ ଭାରତ ସହ ଦୀର୍ଘଦିନର ସମ୍ପର୍କକୁ ପରିତ୍ୟାଗ କରିଥିଲେ, ଯାହା ୟୁଏସ୍‌ର ରାଜନୈତିକ ହିତରେ “ବିପୁଳ କ୍ଷତି” ପହଞ୍ଚାଇଛି। ଆମେରିକା ଓ ଭାରତ ମଧ୍ୟରେ ଲମ୍ବା ସମୟ ଧରି ମଜଭୁତ ଥିବା ସମ୍ପର୍କକୁ ଟ୍ରମ୍ପ୍‌ଙ୍କ ଟାରିଫ ପଦକ୍ଷେପ ନଷ୍ଟ କରିଦେଛି । ଏଥିପାଇଁ ଆମେରିକର ପ୍ରଯୁକ୍ତି, ପ୍ରତିଭା, ଅର୍ଥନୀତି ଓ ଚୀନ୍ ଭଳି ଶତ୍ରୁ ସହ ମୁକାବିଲା ସ୍ଥିତିକୁ ମଧ୍ୟ ପ୍ରଭାବିତ କରିବା ବୋଲି ସୁଲିଭାନ କହିଛନ୍ତି ।