November 15, 2024

ପାଟଣାଗଡ ବ୍ଲକ ବାଲିପଟା ଗ୍ରାମର ଝାଙ୍କରପଡା ରେ ଝାଡାବାନ୍ତି ଆକ୍ରାନ୍ତ ରେ ଜଣେ ମୃତ ଅଭିଯୋଗ..

Share

*ସ୍ଥାନ‐ପାଟଣାଗଡ଼*

 

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ବାଲିପଟା ଗ୍ରାମର ଝାଙ୍କରପଡା ରେ ଝାଡାବାନ୍ତି ଆକ୍ରାନ୍ତ ଦେଖା ଦେଇଛି । ପଡାର ପ୍ରଫୁଲ୍ଲ ସାହୁ ୬୫ ବର୍ଷ ଗତ ରାତିରେ ଝାଡାବାନ୍ତି ହେବାରୁ ଆଜି ସକାଳୁ ମେଡିକାଲରେ ଭର୍ତ୍ତି ହୋଇଥିଲେ, ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ! ସୂଚନା ଅନୁସାରେ ପଡାର ପ୍ରାୟ ସମସ୍ତଙ୍କୁ ଝାଡା ହୋଉ ଥିବାରୁ ଆଜି ଘସିଏନ ମୋବାଇଲ ୟୁନିଟ ଡାକ୍ତର ଅଶୋକ ମହାକୁଡଙ୍କ ନେତୃତ୍ୱରେ ଏକ ଟିମ ବାଲିପଟାରେ ପହଞ୍ଚି ପ୍ରତ୍ୟେକ ଘର କୁ ଘର ବୁଲି ସାସ୍ଥ୍ୟ ପଚାରି ବୁଝିବା ସହ ଔଷଧ ବଣ୍ଟନ କରିଥିବା ବେଲେ ସମସ୍ତଙ୍କୁ ପାଣି ଫୁଟାଇ ପିଇବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ପଟେ ଆର ହୁ ଏସଏସ ଟିମ୍ ପହ ପଡା ରେ ଥିବା ପ୍ରତ୍ୟେକ ନଳକୂପ କୁ ବ୍ଲିଚିଙ୍ଗ ପାଉଡର ଦେବା ସହ ପାଣିର ନମୂନା ସଂଗ୍ରହ କରି ପରୀକ୍ଷା ପାଇ ପଠାଇଛନ୍ତି , ବର୍ତ୍ତମାନ ସୁଦ୍ଧା ଝାବାବାନ୍ତି ନିୟନ୍ତ୍ରଣ ଥିବା ଡାକ୍ତର ମହାକୁଡ କହିଛନ୍ତି ଓ ସଚେତନ ହେବା ପାଇ ପରାମର୍ଶ ଦେଇଛନ୍ତି ।

 

 

* ବଲାଙ୍ଗିର ରୁ ପବିତ୍ର ପୁଟେଲ ଉପାନ୍ତ ଖବର *